କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଜାହ୍ନବୀ କପୁର ଏବେ ନିଜର ଆଗାମୀ ଚଳଚ୍ଚିତ୍ର 'ପରମ ସୁନ୍ଦରୀ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଦୁହିଁଙ୍କ ଫିଲ୍ମ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୨୯ ତାରିଖରେ ରିଲିଜ୍ ହେବ । ଏହା ପୂର୍ବରୁ ଉଭୟ ମୁମ୍ବାଇର ଲାଲବାଗଚା ରାଜା ପେଣ୍ଡାଲରେ ପହଞ୍ଚି ନିଜ ଫିଲ୍ମର ସଫଳତା ପାଇଁ ଗଣପତି ବାପ୍ପାଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ଜାହ୍ନବୀ ଓ ସିଦ୍ଧାର୍ଥ ପେଣ୍ଡାଲର ଭିଡରେ ଫସି ଯାଇଥିଲେ । ଦୁହିଁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସିଦ୍ଧାର୍ଥ ଭିଡରୁ ଜାହ୍ନବୀଙ୍କୁ ସୁରକ୍ଷା ଦେଉଥିବାର ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଜାହ୍ନବୀ କପୁର ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜାହ୍ନବୀ ସମ୍ପୂର୍ଣ୍ଣ ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି । ସେ ଲାଲ ରଙ୍ଗର ବନାରସୀ ଶାଢ଼ି ପିନ୍ଧିଛନ୍ତି । ଅନ୍ୟପଟେ ସିଦ୍ଧାର୍ଥ ଗୋଲାପୀ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି । ଦୁହେଁ ଗଣେଶ ଚତୁର୍ଥୀର ଦ୍ୱିତୀୟ ଦିନ ଗୁରୁବାର ଦିନ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପେଣ୍ଡାଲରେ ଗଣପତି ବାପ୍ପାଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ ।
ଭିଡ଼ରେ ଜାହ୍ନବୀ
ଭିଡିଓରେ ଦେଖିବାକୁ ମିଳିଥିଲା ଯେ ପେଣ୍ଡାଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହିଛି, ଯେଉଁଥିରେ ଜାହ୍ନବୀ କପୁର ଓ ସିଦ୍ଧାର୍ଥ ମଲ୍ହୋତ୍ରା ଫସି ଯାଇଛନ୍ତି । ସିଦ୍ଧାର୍ଥ ଟିକେ ଶାନ୍ତ ଥିବାବେଳେ, ଜାହ୍ନବୀଙ୍କ ମୁହଁରୁ ସ୍ପଷ୍ଟ ଜଣାପଡୁଥିଲେ ଯେ ସେ ଅତ୍ୟନ୍ତ ଭୟଭୀତ ଅଛନ୍ତି । ଭିଡ଼ରେ ସେ ଅତ୍ୟନ୍ତ ବିବ୍ରତ ଦେଖାଯାଉଛନ୍ତି । ତେବେ ସିଦ୍ଧାର୍ଥ ତାଙ୍କୁ ଭିଡରୁ ସୁରକ୍ଷା ଦେଇଥିଲେ ।
ଆସନ୍ତାକାଲି ରିଲିଜ୍ ହେଉଛି 'ପରମ ସୁନ୍ଦରୀ'
ଲାଲବାଗଚା ରାଜା ପେଣ୍ଡାଲରେ ପ୍ରତିବର୍ଷ ବହୁ ସଂଖ୍ୟାରେ ଭିଡ ଲାଗିଥାଏ । ଏହା ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟି ଗଣପତି ବାପ୍ପାଙ୍କ ଦର୍ଶନ ପାଇଁ ପେଣ୍ଡାଲରେ ପହଞ୍ଚିଥିଲେ, ଆଜି ବି ଏଠାରେ ପ୍ରବଳ ଭିଡ଼ ଲାଗିଥିଲା । ସିଦ୍ଧାର୍ଥ ମାଲହୋତ୍ରା ଓ ଜାହ୍ନବୀ କପୁରଙ୍କ ଫିଲ୍ମ 'ପରମ ସୁନ୍ଦରୀ' ବିଷୟରେ କହିବାକୁ ଗଲେ, ଏହା ଆସନ୍ତାକାଲି (ଶୁକ୍ରବାର) ରିଲିଜ୍ ହେବ । ଏହା ଏକ ରୋମାଣ୍ଟିକ-କମେଡି ଫିଲ୍ମ, ଯେଉଁଥିରେ ସିଦ୍ଧାର୍ଥ ଦିଲ୍ଲୀର ପରମ ଭୂମିକାରେ ଅଭିନୟ କରିଛନ୍ତି, ଅନ୍ୟପଟେ କି ଜାହ୍ନବୀ ଏକ ଦକ୍ଷିଣ ଭାରତୀୟ ଝିଅ ଭୂମିକାରେ ନଜର ଆସିବେ ।