କନକ ବ୍ୟୁରୋ : ପୁଣି ବିବାଦରେ ଅଭିନେତା ତଥା ରାଜନେତା କମଲ ହାସନ । ଏଥରକ ପୁଣି ଭାଷା ବିବାଦରେ ଉଠିଛି ଲୋକପ୍ରିୟ ଚେହେରାଙ୍କ ନାଁ । ତାମିଲ ଭାଷାରୁ କନ୍ନଡ ଭାଷାର ଜନ୍ମ ବୟାନକୁ ନେଇ କମଲଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଲାଣି । ନିଜର ଆଗାମୀ ସିନେମା ଥଗ ଲାଇଫର ପ୍ରମୋସନ ସମୟରେ କମଲ କହିଥିଲେ, ମୋ ଜୀବନ ଓ ମୋ ପରିବାର ତାମିଲ ଭାଷା । କନ୍ନଡ଼ ଭାଷା ମଧ୍ୟ ତାମିଲରୁ ଜନ୍ମ । କାର୍ଯ୍ୟକ୍ରମରେ ଉପସ୍ଥିତ କନ୍ନଡ ଅଭିନେତା ଶିବରାଜକୁମାରଙ୍କୁ ଇଙ୍ଗିତ କରି କମଲ ଦେଇଥିବା ଏହି ବୟାନକୁ ନେଇ ଏବେ ତମ୍ବିତୋଫାନ ଦେଖାଦେଇଛି ।
କମଲଙ୍କୁ ମାନସିକ ରୋଗୀ କହିଲେ ସିଦ୍ଦରମୈୟା
ତାମିଲନାଡୁର ଲୋକପ୍ରିୟ ଚେହେରା କମଲ ହାସନଙ୍କ ବୟାନକୁ ସହଜରେ ଗ୍ରହଣ କରିପାରିନାହାନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କମଲଙ୍କୁ ପାଗଳ କହିବା ସହ ଏଭଳି ବୟାନ କେବଳ ଭାଷା ବିବାଦକୁ ବଢ଼ାଉନି ବଂର ଦୁଇ ରାଜ୍ୟ ମଧ୍ୟରେ ତିକ୍ତତାକୁ ଅଧିକ ତ୍ରୀବ କରୁଛି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରୁଛନ୍ତି ବିଭିନ୍ନ କନ୍ନଡ ସମର୍ଥିତ ସଂଗଠନ । ପୋଷ୍ଟରକୁ ଜାଳି, କାଳି ଓ ଚପଲ ମାଡ କରି ଜୋରଦାର ବିକ୍ଷୋଭ କରାଯାଉଛି । ବିବାଦ ଭିତରେ କମଲ ହାସନ ରାଜ୍ୟସଭା ଯିବା ନେଇ ମଧ୍ୟ ଏକ ବଡ ଖବର ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/05/28/rNn9ufoXVKBjgK6d1E2k.png)