ଜଙ୍ଗଲରେ ବୁଲୁଛି ଅସୁସ୍ଥ ଆତୀ ଛୁଆ ; ଚିକିତ୍ସା ପାଇଁ ବନ ବିଭାଗର ନିଘା ନାହିଁ

Advertisment

କେନ୍ଦୁଝର ଚମ୍ପୁଆ ରେଞ୍ଜରେ ଅସୁସ୍ଥ ହାତୀ ଛୁଆ ।୧୫ ଦିନ ହେଲାଣି ଛୋଟେଇ ଛୋଟେଇ ବୁଲୁଛି ହାତୀ । ବନ ବିଭାଗ ଜାଣି ସୁଦ୍ଧା ଏଯାଏଁ ହାତୀ ଛୁଆର ଚିକିତ୍ସା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ । ଫଳରେ ସଙ୍କଟରେ ହାତୀ ଛୁଆଟିର ଜୀବନ ।

07

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଏକ ହାତୀ ଛୁଆ ଅସୁସ୍ଥ ହୋଇ ବୁଲୁଛି । ୧୫ ଦିନ ହେଲାଣି, ଅସୁସ୍ଥ ହୋଇ ଛୋଟେଇ ଛୋଟେଇ ବୁଲୁଥିବାର ଦେଖିବାକୁ ମିଳୁଛି । ଭଲକି ଚାଲିପାରୁନି ହାତୀ ଛୁଆ । ବହୁ କଷ୍ଟରେ ଛୋଟେଇ ଛୋଟେଇ ଚାଲୁଛି । ଅନେକ ସମୟରେ ଚାଲି ପାରୁନଥିବା ହାତୀ ଛୁଆଟିକୁ ଅନ୍ୟ ହାତୀମାନେ ପଛରୁ ଠେଲି ଠେଲି ନେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଚମ୍ପୁଆ 

ରେଞ୍ଜ ସରେଇ ନିକଟ ଜଙ୍ଗଲରେ ଥିବା ହାତୀ ପଲରେ ଆହତ ହୋଇଛି ଏହି ଛୁଆ ହାତୀଟି । ହାତୀର ଏଭଳି ଅବସ୍ଥା ସମ୍ପର୍କରେ ବନ ବିଭାଗ ପାଖରେ ଖବର ଅଛି । କିନ୍ତୁ ଏଯାଏଁ ହାତୀ ଛୁଆଟିର ଚିକିତ୍ସା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ହାତୀ ଛୁଆଟିର ଜୀବନ ସଂକଟରେ ରହିଛି। ତାର ଗୋଡ଼ରେ ପ୍ରାୟ ମାସେ ହେବ କୌଣସି କାରଣବଶତଃ କ୍ଷତ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe