କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଏକ ହାତୀ ଛୁଆ ଅସୁସ୍ଥ ହୋଇ ବୁଲୁଛି । ୧୫ ଦିନ ହେଲାଣି, ଅସୁସ୍ଥ ହୋଇ ଛୋଟେଇ ଛୋଟେଇ ବୁଲୁଥିବାର ଦେଖିବାକୁ ମିଳୁଛି । ଭଲକି ଚାଲିପାରୁନି ହାତୀ ଛୁଆ । ବହୁ କଷ୍ଟରେ ଛୋଟେଇ ଛୋଟେଇ ଚାଲୁଛି । ଅନେକ ସମୟରେ ଚାଲି ପାରୁନଥିବା ହାତୀ ଛୁଆଟିକୁ ଅନ୍ୟ ହାତୀମାନେ ପଛରୁ ଠେଲି ଠେଲି ନେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଚମ୍ପୁଆ
ରେଞ୍ଜ ସରେଇ ନିକଟ ଜଙ୍ଗଲରେ ଥିବା ହାତୀ ପଲରେ ଆହତ ହୋଇଛି ଏହି ଛୁଆ ହାତୀଟି । ହାତୀର ଏଭଳି ଅବସ୍ଥା ସମ୍ପର୍କରେ ବନ ବିଭାଗ ପାଖରେ ଖବର ଅଛି । କିନ୍ତୁ ଏଯାଏଁ ହାତୀ ଛୁଆଟିର ଚିକିତ୍ସା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ହାତୀ ଛୁଆଟିର ଜୀବନ ସଂକଟରେ ରହିଛି। ତାର ଗୋଡ଼ରେ ପ୍ରାୟ ମାସେ ହେବ କୌଣସି କାରଣବଶତଃ କ୍ଷତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/05/07-2025-10-05-09-24-16.jpg)