ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ : ଅଭିଯୁକ୍ତଙ୍କ ଜାମିନ ଶୁଣାଣି ମାର୍ଚ୍ଚ ୧୬କୁ ଘୁଞ୍ଚିଲା

Advertisment

ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା ।  ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚିଲା ଶୁଣାଣି ।

ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା ।  ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚିଲା ଶୁଣାଣି ।

high court

କନକ ବ୍ୟୁରୋ : ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା ।  ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚିଲା ଶୁଣାଣି । ହାଇକୋର୍ଟରେ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ଅଭିଯୁକ୍ତ ମୁନା ମହାନ୍ତିଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଥିଲା । ସବୁ ଅଭିଯୁକ୍ତଙ୍କ ଜାମିନ ଉପରେ ଶୁଣାଣି ସେହି ଦିନ ଏକ ସଙ୍ଗେ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିଲେ ଅଭିଯୁକ୍ତ । ଯାହାକୁ ଆସନ୍ତା ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ଅଦାଲତ । ସବୁ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଏକା ସାଙ୍ଗରେ ହେବ। ତେବେ ସିବିଆଇ ଓଡ଼ିଶା ପୁଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି  ଦୁର୍ନୀତି ମାମଲାରେ ୧୬ ଜଣଙ୍କ ନାଆଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ କିଙ୍ଗପିନ୍‌ ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ସୁରେଶ ନାୟକ ଓ ମୁନ୍ନା ମହାନ୍ତିଙ୍କ ନାମ ରହିଛି ।

ଅଧିକ ପଢନ୍ତୁ : ପୁଲିସ ଏସଆଇ ପରୀକ୍ଷା ସ୍କାମ ମାମଲା;ସିଲିକନ୍ ଟେକ୍ ଲ୍ୟାବକୁ ପୂର୍ବରୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ

ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଇଛି । ଏମାନଙ୍କ ମଧ୍ୟରୁ ୯ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସିବିଆଇ ପକ୍ଷରୁ ୭ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଥିଲା । ନଭେମ୍ବର ୨୦ ତାରିଖରେ  ସିବିଆଇ ଏହି ମାମଲାର ତଦନ୍ତଭାର ନେଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ପରେ କେନ୍ଦ୍ର ସରକାର ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିର ସିବିଆଇ ତଦନ୍ତକୁ ଅନୁମୋଦନ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe