ଏସ୍‌.ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଗୁମର ଖୋଲୁଛି ; ସିବିଆଇ ପଞ୍ଝାକୁ ଆସିଲେ ବଡ଼ବଡ଼ିଆ

Advertisment

ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ବା ଓପିଆରବି ଏସପିଙ୍କୁ ଆଜି ଦିନ ତମାମ ଜେରା କରିଛନ୍ତି ସିବିଆଇ ଅଧିକାରୀ । ଓପିଆରବିର ଆଉ ୩ ସଦସ୍ୟଙ୍କୁ ମଧ୍ୟ ନୋଟିସ୍ କରାଯାଇଛି । ସେପଟେ ୪ ଦିନିଆ ରିମାଣ୍ଡରେ ଥିବା ଶଙ୍କର, ସୁରେଶ ଓ ସାଗରଙ୍କୁ ବି ଚାଲିଛି ପଚରାଉଚରା । 

ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ବା ଓପିଆରବି ଏସପିଙ୍କୁ ଆଜି ଦିନ ତମାମ ଜେରା କରିଛନ୍ତି ସିବିଆଇ ଅଧିକାରୀ । ଓପିଆରବିର ଆଉ ୩ ସଦସ୍ୟଙ୍କୁ ମଧ୍ୟ ନୋଟିସ୍ କରାଯାଇଛି । ସେପଟେ ୪ ଦିନିଆ ରିମାଣ୍ଡରେ ଥିବା ଶଙ୍କର, ସୁରେଶ ଓ ସାଗରଙ୍କୁ ବି ଚାଲିଛି ପଚରାଉଚରା । 

si scam

si scam Photograph: (kanak news)

କନକ ବ୍ୟୁରୋ : ଏସ୍‌.ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ତନାଘନା ଚଳାଇଛି ସିବିଆଇ । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ବା ଓପିଆରବି ଏସପିଙ୍କୁ ଆଜି ଦିନ ତମାମ ଜେରା କରିଛନ୍ତି ସିବିଆଇ ଅଧିକାରୀ । ଓପିଆରବିର ଆଉ ୩ ସଦସ୍ୟଙ୍କୁ ମଧ୍ୟ ନୋଟିସ୍ କରାଯାଇଛି । ସେପଟେ ୪ ଦିନିଆ ରିମାଣ୍ଡରେ ଥିବା ଶଙ୍କର, ସୁରେଶ ଓ ସାଗରଙ୍କୁ ବି ଚାଲିଛି ପଚରାଉଚରା । 

ଏସ୍‌.ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ଏବେ ସିବିଆଇ ପଞ୍ଛାରେ ଓପିଆରବି ଏସପି । ପ୍ରଥମେ ପରୀକ୍ଷାର୍ଥୀ, ପରେ ଦଲାଲ ଆଉ ଏବେ ବରିଷ୍ଠ ପୁଲିସ ଅଧିକାରୀ । ଆଜି ପୂର୍ବାହ୍ନରେ ଓପିଆରବି ଏସପି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦିନ ତମାମ ଗୁଡେଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ସିବିଆଇ ଅଧିକାରୀ । ଖାଲି ଏସପି ନୁହନ୍ତି, ପର୍ଯ୍ୟାୟକ୍ରମେ ହାଜର ହେବା ପାଇଁ ଓପିଆର୍‌ବିର ଆଉ ୩ ସଦସ୍ୟଙ୍କୁ ହୋଇଛି ନୋଟିସ୍‌ । ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଜେରା ପରେ ଏହି ମହାଦୁର୍ନୀତିର ରହସ୍ୟ ଉନ୍ମୋଚିତ ହେବ ବୋଲି ଆଶା ରଖିଛି ତଦନ୍ତକାରୀ ସଂସ୍ଥା ।  

ଅଧିକ ପଢ଼ନ୍ତୁ---ନୂଆବର୍ଷରେ ନୂଆ ମନ୍ତ୍ରିମଣ୍ଡଳ! ବାଦ୍‌ ପଡ଼ିପାରନ୍ତି ବିବାଦରେ ଥିବା ମନ୍ତ୍ରୀ

ଅନ୍ୟପଟେ ୪ ଦିନିଆ ରିମାଣ୍ଡରେ ଆଣି ଶଙ୍କର ପୃଷ୍ଟି, ସୁରେଶ ଓ ସାଗରକୁ ପଚରାଉଚରା କରୁଛି ସିବିଆଇ । ଏହି ୩ ଜଣଙ୍କୁ ପଚରାଉଚରା ବେଳେ OPRBର ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠା ହାତେଇଛି ସିବିଆଇ । ଏମାନଙ୍କୁ ଜେରା ସମୟରେ ଆହୁରି ଅନେକ ବଡ଼ବଡ଼ିଆଙ୍କ ନାଁ ସାମ୍ନାକୁ ଆସିପାରେ । ବିଶେଷକରି ଜେରା ବେଳେ ଅଭିଯୁକ୍ତ ଶଙ୍କର ପୃଷ୍ଟି କାହା କାହା ନାଁ ନେଉଛି, ତାହା ବେଶ୍ ଗୁରୁତ୍ୱପୂର୍ଣ୍ଣ । 

କ୍ରାଇମବ୍ରାଞ୍ଚ ପରେ ସିବିଆଇ ତଦନ୍ତ ଦାୟିତ୍ୱ ନେବା ପରେ ଏହା ହେଉଛି ବଡ଼ ପଦକ୍ଷେପ । ଏବେ ନଜର, କେବେ ଖୋଲିବ ହଜାରେ କୋଟି କେଳେଙ୍କାରୀର ଗୁମର ? ଖାଲି ତଳତଳିଆ ନା ବଡ଼ ଅଧିକାରୀଙ୍କୁ ବି ଜେଲ୍‌ ହାଜତକୁ ପଠାଇବ ସିବିଆଇ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe