ଏସ୍ଆଇ କେଳେଙ୍କାରୀ ମାମଲା : ବଣିକ ଶିକ୍ଷାନୁଷ୍ଠାନର ୩ ଜଣଙ୍କୁ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ

ପୁଲିସ୍  ଏସ.ଆଇ ଜାଲିଆତି ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ।  କୋଚିଂ ଇନଷ୍ଟିଚ୍ୟୁଟ୍ ‘ବଣିକ’ର ୩ ଜଣଙ୍କୁ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ। ଏଚ.ଆର ମୁଖ୍ୟ, ଆକାଉଣ୍ଟସ୍ ମ୍ୟାନେଜର, ମାର୍କେଟିଙ୍ଗ  ମ୍ୟାନେଜର ଏହି ତିନି ଜଣକୁ ନୋଟିସ କରାଯାଇଛି

16

Photograph: (VANIK)

କନକବ୍ୟୁରୋ : ପୁଲିସ୍  ଏସ.ଆଇ ଜାଲିଆତି ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ।  କୋଚିଂ ଇନଷ୍ଟିଚ୍ୟୁଟ୍ ‘ବଣିକ’ର ୩ ଜଣଙ୍କୁ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ। ଏଚ.ଆର ମୁଖ୍ୟ, ଆକାଉଣ୍ଟସ୍ ମ୍ୟାନେଜର, ମାର୍କେଟିଙ୍ଗ  ମ୍ୟାନେଜର ଏହି ତିନି ଜଣକୁ ନୋଟିସ କରାଯାଇଛି ।  ସେମାନେ ଆଜି ଦିନ ୧୧ଟାରେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର  ହେବାକୁ କୁହାଯାଇଛି ।

ଏସ.ଆଇ ପରୀକ୍ଷା ଅନିୟମିତତା ସମ୍ପର୍କରେ ଅଧିକ ପଚରାଉଚରା କରାଯିବ । ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କ ବୟାନ ଆଧାରରେ ସିଆଇଡିର ସ୍ବତନ୍ତ୍ର ଟିମ୍ ଗତକାଲି ଭୁବନେଶ୍ବର ସିଆରପି ଛକରେ ଥିବା ଶିକ୍ଷାନୁଷ୍ଠାନ ‘ବଣିକ’ରେ ଛାପା ମାରିଥିଲା । ଅଫିସ ଭିତରେ ଥିବା କମ୍ପ୍ୟୁଟରରୁ ଡାଟା ସଂଗ୍ରହ କରିଛି ସିଆଇଡି। ଦୀର୍ଘ ୩ ଘଣ୍ଟା ତନାଘନା କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe