କନକ ବ୍ୟୁରୋ :   କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ  କୋଚିଂ ସେଣ୍ଟର ବଣିକର ୩ ଜଣ କର୍ମଚାରୀ । ଏସଆଇ ପରୀକ୍ଷା ଅନିୟମିତତା ମାମଲାରେ ବଣିକ କୋଚିଂ ସେଣ୍ଟରର ଏଚଆର ମୁଖ୍ୟ, ଆକାଉଣ୍ଟସ ମ୍ୟାନେଜର ଓ ମାର୍କେଟିଂ ମ୍ୟାନେଜର ହାଜର ହୋଇଛନ୍ତି । କିଛି ସମୟ ପରେ ସେମାନଙ୍କୁ ଜେରା ଆରମ୍ଭ କରିବ ତଦନ୍ତକାରୀ ଟିମ୍ । ଏସଆଇ ପରୀକ୍ଷା ଅନିୟମିତତା ମାମଲାରେ ଧରାପଡ଼ିଥିବା କିଛି ଛାତ୍ର ବଣିକରେ କୋଚିଂ ନେଉଥିବା ଜଣାପଡ଼ିବା ପରେ ଆରମ୍ଭ ହୋଇଛି ତନାଘନା । ଗତକାଲି ଭୁବନେଶ୍ୱର ସିଆରପି ସ୍ଥିତି ବଣିକ କୋଚିଂ ସେଣ୍ଟରରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ ଅଧିକାରୀ । ପ୍ରାୟ ୩ ଘଣ୍ଟା ତନାଘନା ପରେ ସିଆରପି ସ୍ଥିତ ବଣିକ କାର୍ଯ୍ୟାଳୟରୁ  ବାହାରିଥିଲେ ଅଧିକାରୀ । ବଣିକର ତିନି ଜଣ କର୍ମଚାରୀଙ୍କୁ ଆଜି ଦିନ ୧୧ ଟା ସୁଦ୍ଧା କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ  ହାଜର ହେବାକୁ ନୋଟିସ ଦେଇଥିଲେ । ନୋଟିସ ମୁତାବକ ବଣିକର ତିନି ଜଣ କର୍ମଚାରୀ ହାଜର ହୋଇଛନ୍ତି ।  

Advertisment