କନକ ବ୍ୟୁରୋ: ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା । ରଘୁନାଥପୁରରେ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ । ରଘୁନାଥପୁର ସ୍ଥିତ ଶ୍ରୀଲିଙ୍ଗରାଜ ଇନଫୋସେଲ ଅନଲାଇନ୍ ପରୀକ୍ଷା ସେଣ୍ଟରକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ । ଏସଆଇ ମହାଘୋଟାଲାର ଅନ୍ୟତମ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କର ଏଠାରେ କାର୍ଯ୍ୟାଳୟ ରହିଥିଲା । ଶଙ୍କର ପୃଷ୍ଟି ଫେରାର ଥିବା ବେଳେ ତାଙ୍କ ସଂସ୍ଥା ଉପରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଶ୍ରୀଲିଙ୍ଗରାଜ ଇନଫୋସେଲର ପରୀକ୍ଷା ଲ୍ୟାବରେ କୌଣସି ପରୀକ୍ଷା ଉପକରଣ ନାହିଁ । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । କେଉଁଠିକୁ ପରୀକ୍ଷା କେନ୍ଦ୍ରର ଜିନିଷ ସ୍ଥାନାନ୍ତରିତ କରାଯାଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଶଙ୍କର ପୃଷ୍ଟିର ସମ୍ପୃକ୍ତି ନେଇ ରଘୁନାଥପୁର ସ୍ଥିତ ଏଇ ପରୀକ୍ଷା ସେଣ୍ଟରରେ ରେଡ୍ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚକୁ ଡିଜିଟାଲ ଏଭିଡେନ୍ସ ମିଳିବା ନେଇ ଆଶା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା କେଉଁ ମୋଡ଼ ନେବ ତାହା ଏବେ ପ୍ରଶ୍ନ ଉଠୁଛି ।

Advertisment