କନକ ବ୍ୟୁରୋ : ପୁଲିସ୍ ଏସଆଇ ପରୀକ୍ଷାରେ କେଳେଙ୍କାରୀ ଘଟଣାକୁ ନେଇା ସାରା ରାଜ୍ୟରେ ଚର୍ଚ୍ଚା । ଚାକିରି ପାଇଁ ବଡ଼ ଧରଣର କେଳେଙ୍କାରୀ ଉପରୁ ପର୍ଦ୍ଦା ଉଠାଇଛି କ୍ରାଇମ୍ବ୍ରାଞ୍ଚ । ଘଟଣାରେ ୧୨ ଦଲାଲଙ୍କ ସମେତ ୧୨୬ ଜଣଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । କେଳେଙ୍କାରୀରେ ଆହୁରି ଦଲାଲଙ୍କ ସମ୍ପୃକ୍ତି ଥିବା କ୍ରାଇମ୍ବ୍ରାଞ୍ଚ କହିଛି । ବଡ଼ କଥା ହେଉଛି ଏସଆଇ ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ହୋଇଥିଲା କୋଟି କୋଟି ଟଙ୍କାର ଡିଲ୍ । ପ୍ରତି ପରୀକ୍ଷାର୍ଥୀ ପିଛା ୨୫ ଲକ୍ଷର ଡିଲ୍ ହୋଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତରେ ସାଂଘାତିକ ସତ ଏବେ ସାମ୍ନାକୁ ଆସିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us