କନକ ବ୍ୟୁରୋ : ପୁଲିସ୍ ଏସଆଇ ପରୀକ୍ଷାରେ କେଳେଙ୍କାରୀ ଘଟଣାକୁ ନେଇା ସାରା ରାଜ୍ୟରେ ଚର୍ଚ୍ଚା । ଚାକିରି ପାଇଁ ବଡ଼ ଧରଣର କେଳେଙ୍କାରୀ ଉପରୁ ପର୍ଦ୍ଦା ଉଠାଇଛି କ୍ରାଇମ୍ବ୍ରାଞ୍ଚ । ଘଟଣାରେ ୧୨ ଦଲାଲଙ୍କ ସମେତ ୧୨୬ ଜଣଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । କେଳେଙ୍କାରୀରେ ଆହୁରି ଦଲାଲଙ୍କ ସମ୍ପୃକ୍ତି ଥିବା କ୍ରାଇମ୍ବ୍ରାଞ୍ଚ କହିଛି । ବଡ଼ କଥା ହେଉଛି ଏସଆଇ ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ହୋଇଥିଲା କୋଟି କୋଟି ଟଙ୍କାର ଡିଲ୍ । ପ୍ରତି ପରୀକ୍ଷାର୍ଥୀ ପିଛା ୨୫ ଲକ୍ଷର ଡିଲ୍ ହୋଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତରେ ସାଂଘାତିକ ସତ ଏବେ ସାମ୍ନାକୁ ଆସିଛି।
ଏସଆଇ ପରୀକ୍ଷାରେ କେଳେଙ୍କାରୀ, ଚାକିରି ପାଇଁ ଲାଞ୍ଚ କାରବାରରେ ଦଲାଲଙ୍କ ସହ ୧୨୬ ଗିରଫ, ପ୍ରତି ପରୀକ୍ଷାର୍ଥୀଙ୍କ ପିଛା ହୋଇଥିଲା ୨୫ ଲକ୍ଷର ଡିଲ୍
ଚାକିରି ପାଇଁ ବଡ଼ ଧରଣର କେଳେଙ୍କାରୀ ଉପରୁ ପର୍ଦ୍ଦା ଉଠାଇଛି କ୍ରାଇମ୍ବ୍ରାଞ୍ଚ । ଘଟଣାରେ ୧୨ ଦଲାଲଙ୍କ ସମେତ ୧୨୬ ଜଣଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/media_files/2025/10/01/38-2025-10-01-18-52-42.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)