କନକ ବ୍ୟୁରୋ : ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ମୋଷ୍ଟ ୱାଣ୍ଟେଡ ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ। ବାଙ୍କୀ କଳାପଥର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ । ବୈଦେଶ୍ଵର ପୋଲିସ ମଧ୍ୟ ଉପସ୍ଥିତ ରହିଛି । ଗତକାଲି ମୁନାକୁ ଦଶପଲ୍ଲାରୁ ଗିରଫ କରାଯାଇଥିଲା । ପୋଲିସ ଏସ.ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଧରାପଡ଼ିଥିଲେ ମୁନା ମହାନ୍ତି । ଦଲାଲ ତଥା ମୋଷ୍ଟ ୱାଣ୍ଟେଡ୍ ମୁନା ମହାନ୍ତି ଓ ଶ୍ରୀକାନ୍ତ ମହାରଣାଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଦଶପଲ୍ଲାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଭିମନ୍ୟୁ ଦେରାଙ୍କୁ ବି ଉଠାଇନେଇଥିଲା କ୍ରାଇମବ୍ରାଞ୍ଚ ପିଲା ଯୋଗାଡ଼ କରିବା ଏବଂ ବସରେ ରାଜ୍ୟ ବାହାରକୁ ପଠାଇବାରେ ମନ୍ନା ମହାନ୍ତି ଓ ଶ୍ରୀକାନ୍ତ ମହାରାଣାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି । ଅଭିମନ୍ୟୁ ଦୋରା ତାଙ୍କର ଦଶପଲ୍ଲା ଘରେ ମୁନା ଓ ଶ୍ରୀକାନ୍ତକୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା । ସେପ୍ଟେମ୍ବର ୩୦ରେ ତିନୋଟି ବସରେ ଯାଉଥିବା ୧୧୪ ପ୍ରାର୍ଥୀଙ୍କୁ ମୁନା ହିଁ ଯୋଗାଡ଼ କରିନେଇଥିବା ଅଭିଯୋଗ ରହିଛି ।
ଏସଆଇ ପରୀକ୍ଷା ଦୁର୍ନୀତି ମାମଲା, ମୋଷ୍ଟ ୱାଣ୍ଟେଡ ମୁନା ମହାନ୍ତିଙ୍କ ବାଙ୍କୀ ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ
ବୈଦେଶ୍ଵର ପୋଲିସ ମଧ୍ୟ ଉପସ୍ଥିତ ରହିଛି । ଗତକାଲି ମୁନାକୁ ଦଶପଲ୍ଲାରୁ ଗିରଫ କରାଯାଇଥିଲା । ପୋଲିସ ଏସ.ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଧରାପଡ଼ିଥିଲେ ମୁନା ମହାନ୍ତି । ଦଲାଲ ତଥା ମୋଷ୍ଟ ୱାଣ୍ଟେଡ୍ ମୁନା ମହାନ୍ତି ଓ ଶ୍ରୀକାନ୍ତ ମହାରଣାଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ ।
/kanak/media/media_files/2025/10/18/2-2025-10-18-16-58-38.jpg)