ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣା,  ଶଙ୍କର ପୃଷ୍ଟିକୁ ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ସୁରାଗ

ସୁରାଗ ବିଜୟନଗରମ, ଦୀଘା ପରେ ସାମ୍ନାକୁ ଆସିଲା ରାୟପୁର ମୋଡ୍ୟୁଲ । ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ନ ଉପରେ ସୂଚନା ଦେଇଥାନ୍ତେ ଅଭିଯୁକ୍ତ

SI Exam

SI Exam Photograph: (KanakNews)

କନକ ବ୍ୟୁରୋ: ଶଙ୍କର ପୃଷ୍ଟିକୁ ଜେରା ଏସଆଇ ପରୀକ୍ଷା ଦୁର୍ନୀତିର ମିଳିଛି ନୂଆ ସୁରାଗ । ବିଜୟନଗରମ, ଦୀଘା ମୋଡୁଲ ବ୍ୟତୀତ ଆଉ ତୃତୀୟ ମୋଡୁଲର ସୁରାଗ୍ ପାଇଛି କ୍ରାଇମ ବ୍ରାଞ୍ଚ । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାର ଆଶାୟୀଙ୍କୁ ନେଇ ଛତିଶଗଡ଼ ରାୟପୁରକୁ ଯିବାକୁ ଯୋଜନା ରହିଥିଲା । ଶଙ୍କର ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଜେରା ପରେ ସାମନାକୁ ଆସିଛି ରାୟପୁର ମଡ୍ୟୁଲ। ବିଜୟନଗରମ, ଦୀଘା ଭଳି ରାୟପୁରଙ୍କୁ କିଛି ଛାତ୍ରଛାତ୍ରୀଙ୍କୁ ସେଠାରେ ପ୍ରଶ୍ନପତ୍ନ ଉପରେ ବୁଝାଯାଇଥାନ୍ତା । 

ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା,  ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

କିନ୍ତୁ ତା ପୂର୍ବରୁ ଧରାପଡିଯାଇଥିଲା ପୁରା ସିଣ୍ଡିକେଟ ।  ସେପଟେ ୪ ଦିନ ରିମାଣ୍ଡରେ ଥିବା ଶଙ୍କର ପୃଷ୍ଟି ସିଣ୍ଡିକେଟର ତିନି ଜଣ ସହଯୋଗୀ ମୁନା ମହାନ୍ତି, ଲୋକନାଥ ସାହୁ ଏବଂ ଲେଡୀ ଅଭିଯୁକ୍ତ ସୌମ୍ୟା ପ୍ରିୟଦର୍ଶିନୀ ସାମଲଙ୍କ ରିମାଣ୍ଡ ଆଜି ସରୁଛି । ପଚରାଉଚରା ସରିବା ପରେ ଆଜି ସେମାନଙ୍କୁ  ବ୍ରହ୍ମପୁର କୋର୍ଟ ଚାଲାଣ କରାଯିବ। ଗତ କାଲି ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ଦିଘା  ମୋଡୁଲ  କର୍ପତାଦର ଅରବିନ୍ଦ ଦାସକୁ ୫ ଦିନିଆ ରିମାଣ୍ଡରେ ଆଣି  ଜେରା କରୁଛି  କ୍ରାଇମ୍ ବ୍ରାଞ୍ଚ। ଶଙ୍କର  ପୃଷ୍ଟି ଏବଂ ସୁରେଶ ନାୟକ ଭିତରେ ଥିବା ନେକ୍ସସ୍, ଏବଂ ୧୦୦୦ କୋଟି ଡିଲକୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe