SI Exam Photograph: (KanakNews)
କନକ ବ୍ୟୁରୋ: ପୁଲିସ ଏସଆଇ କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ସୁରେଶର ନାୟକଙ୍କ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ମାମଲାରେ ଆଜି ହିଁ ଶୁଣାଣି ହେବ। ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ ହୋଇଥିବା ବେଳେ ଆଜି କୋର୍ଟ ଏହାର ଶୁଣାଣି କରିବେ । ଜେରା ବେଳେ ଉଭୟ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ ସତ କହୁନଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ।
ପୁଲିସ ଏସଆଇ କେଳେଙ୍କାରୀକୁ ନେଇ ତନାଘନା, କଟକରେ ବସିଥିବା ଏସଆଇଟି ବୈଠକରେ ଆଲୋଚନା କଲେ ଉପାଧ୍ୟକ୍ଷ ଅରିଜିତ୍ ପଶାୟତ
ଦୁଇ ଜଣଙ୍କୁ ଗତ ୪ ତାରିଖରେ କୋର୍ଟ ଚାଲାଣ କରାଯାଇଛି । ଶଙ୍କର ପୃଷ୍ଟି ଓ ସୁରେଶ ନାୟକ ଏସ୍ଆଇ କେଳେଙ୍କାରୀର ମାଷ୍ଟର ମାଇଣ୍ଡ। ଗିରଫ ହେବା ଦିନ ଏୟାରପୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଶଙ୍କର । ହଜାରେ କୋଟିର କେଳେଙ୍କାରୀ ଖୋଲିବାକୁ କହିଥିଲା। ମାତ୍ର ତଦନ୍ତ ବେଳେ କିଛି ସହଯୋଗ କରୁନଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି । ଯାହାକୁ ନେଇ ତାର ପଲିଗ୍ରାଫ ଟେଷ୍ଟ ନେଇ ଆବେଦନ ହୋଇଛି ।
Follow Us