କନକ ବ୍ୟୁରୋ : ଏସଆଇ ପରୀକ୍ଷାରେ ଜାଲିଆତି ଘଟଣା , ସରିଲା ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା । ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । କିଛି ଅଭିଯୁକ୍ତଙ୍କର ବ୍ରହ୍ମପୁର ରିଜର୍ଭ ପୁଲିସ ବାରାକରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ କିଛି ଜଣଙ୍କୁ ବାହାରେ ପରୀକ୍ଷା କରାଯାଇଛି । ଆଉ କିଛି ସମୟ ପରେ ସେମାନେ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର ହେବେ। ସେପଟେ ଜେରା ବେଳେ ୫ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୂରା ଘଟଣାରେ ୧୦ରୁ ୧୨ ଜଣ କାର୍ପଟଦାର ଥିବା ସୂଚନା ମିଳିଛି । ଏମାନେ ଟେଲିଗ୍ରାମ ଜରିଆରେ ପୂରା ନେଟୱର୍କ ଚଳାଇଥିଲେ । ଅନ୍ୟପକ୍ଷରେ ଏହି କେଳେଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି । ଗିରଫ ହୋଇଥିବା ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ଡିଲ୍ ହୋଇଥିଲା ।