କନକ ବ୍ୟୁରୋ: ବର୍ମିଂହାମରେ ଭାରତ ହାସଲ କଲା ବଡ଼ ବିଜୟ । ଏବେ ୫ ଟିକିଆ ସିରିଜ୍ ବରାବର ହୋଇଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୫ର ଦ୍ୱିତୀୟ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତୀୟ ଦଳ ୩୩୬ ରନରେ ବିଜୟୀ ହୋଇଛି । ଏହି ମ୍ୟାଚ୍ରେ ଇଂଲଣ୍ଡ ସମ୍ମୁଖରେ ଜିତିବା ପାଇଁ ୬୦୮ରନର ଟାର୍ଗେଟ ରହିଥିଲା । ଏହି ବିଶାଳ ବିଜୟ ଲକ୍ଷ୍ୟର ପିଛା କରି ଘରୋଇ ଦଳ ମ୍ୟାଚ୍ର ପଞ୍ଚମ ଦିନର ଦ୍ୱିତୀୟ ଇନିଂସରେ ୨୭୧ ରନ୍ରେ ଅଲଆଉଟ୍ ହୋଇଯାଇଛି । ଭାରତ ପକ୍ଷରୁ ଆକାଶଦୀପ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ସର୍ବାଧିକ ୬ଟି ୱିକେଟ୍ ନେଇଛନ୍ତି । ଭାରତ ପ୍ରଥମ ଥର ପାଇଁ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ କୌଣସି ଟେଷ୍ଟ ମ୍ୟାଚ୍ ଜିତିଛି । ପୂର୍ବରୁ ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ୮ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ, ଭାରତୀୟ ଦଳକୁ ୭ଟିରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଗୋଟିଏ ମ୍ୟାଚ୍ ଡ୍ର ଥିଲା । ଭାରତୀୟ ଦଳ ୧୯୬୭ ମସିହା ଜୁଲାଇ ମାସରେ ଏହି ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ଖେଳିଥିଲା, ଏହି ମ୍ୟାଚ୍ରେ ଭାରତକୁ ୧୩୨ ରନ୍ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ୫୮ ବର୍ଷ ପରେ ବର୍ମିଂହାମରେ ବଡ଼ ବିଜୟ ହାସଲ କରିଛି ଭାରତ ।
ଏଜବାଷ୍ଟନ ଗ୍ରାଉଣ୍ଡରେ ଇତିହାସ ରଚିଲା ଭାରତ, ବଡ଼ ବିଜୟ ହାସଲ କଲା ଗିଲ୍ ବାହିନୀ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୫ର ଦ୍ୱିତୀୟ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତୀୟ ଦଳ ୩୩୬ ରନରେ ବିଜୟୀ ହୋଇଛି ।
/kanak/media/media_files/2025/07/06/ind-vs-eng-2025-07-06-22-50-36.jpg)