କନକ ବ୍ୟୁରୋ :  ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ। ବିଜୟର ଦ୍ବାରଦେଶରେ ଟିମ ଇଣ୍ଡିଆ । ଜିତିବାକୁ ଭାରତକୁ ଦରକାର ଆଉ ୬ ୱିକେଟ। ବାଂଲାଦେଶକୁ ବିଜୟ ପାଇଁ ଆବଶ୍ୟକ ୩୫୭ । ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଇନିସରେ ଶଭୁମନ ଗିଲ ଅପରାଜିତ ଶତକ ମାରିଛନ୍ତି । ଗିଲ ୧୭୬ ବଲରୁ ୧୦ ଚୌକା, ୪ ଛକା ସହ ୧୧୯ ରନ କରିଥିବା ବେଳେ ପନ୍ତ ୧୨୮ ବଲରୁ ୧୩ ଚୌକା ୪ ଛକା ସହ ୧୦୯ ରନ କରିଛନ୍ତି। ଦ୍ବିତୀୟ ଇନିସରେ ଭାରତ ୨୮୭ ରନରେ ପାଳି ଘୋଷଣା କରିଥିଲା। ପରେ ବାଲାଦେଶ ୪ ୱିକେଟରେ ୧୫୮ ରନ ସଂଗ୍ରହ କରିଛି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନୀ ୩ ୱିକେଟ ନେଇଛନ୍ତି। ମ୍ୟାଚରେ ଆହୁରି ଦୁଇ ଦିନ ବାକି ଅଛି । କିନ୍ତୁ ଖେଳ କାଲି ସୁଦ୍ଧା ଶେଷ ହୋଇଯିବ ବୋଲି ଆଶା କରାଯାଉଛି ।