ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ କାଲି ଶୁଭଖୁଣ୍ଟି ସ୍ଥାପନ । ରୀତିନୀତି ସହ ସ୍ଥାୟୀ ମନ୍ଦିରକୁ ମାଆଙ୍କ ପ୍ରତ୍ୟାବର୍ତ୍ତନ ନେଇ ହେବ ଘୋଷଣା

ତେବେ ବୁଢ଼ୀ ଠାକୁରାଣୀଙ୍କ ସ୍ଥାୟୀ ମନ୍ଦିରର ନବୀକରଣ ସରିନାହିଁ । ବାଦ ବିବାଦରୁ ପୂର୍ବରୁ ନବୀକରଣ ବିଳମ୍ବ ହୋଇଥିବା ବେଳେ ସରକାର ବଦଳିବା ପରେ ତ୍ଵରାନିତ  ହୋଇଛି।  ଏନେଇ ବ୍ରହ୍ମପୁର ବିଧାୟକ ସମୀକ୍ଷା କରିବା ସହ ଯାତ୍ରା ପୂର୍ବରୁ ମନ୍ଦିରର ପ୍ରମୁଖ ଦୁଇଟି ଦ୍ଵାର କାମ ସାରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କାମ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ ପାଇଥିଲେ ବି ଠାକୁରାଣୀ ଯାତ୍ରା ପାଇଁ  ଦେଶୀ ବେହେରା ସାହି ଅସ୍ଥାୟୀ ମନ୍ଦିରକୁ ମା'ଙ୍କ ଆଗମନକୁ ଆବାଳ ବୃଦ୍ଧ ବନିତା ଅପେକ୍ଷା କରିଛନ୍ତି ।

fadsfsfsd

fdgfdsd

କନକ ବ୍ୟୁରୋ : ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଆସନ୍ତାକାଲି ମଧ୍ୟରାତ୍ରୀରେ ଶୁଭଖୁଣ୍ଟି ସ୍ଥାପନ ହେବ । ଦେଶୀ ବେହେରାଙ୍କ କୁଳ ପୁରୋହିତ ତଥା ସିଦ୍ଧାନ୍ତି ଯାତ୍ରାର ଦିନ ଧାର୍ଯ୍ୟ କରିବେ । ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ  ମା'ଙ୍କ ଆଗମନ, ରୀତିନୀତି, ସାହି ପରିକ୍ରମା ଓ ସ୍ଥାୟୀ ମନ୍ଦିରକୁ ମା'ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା  କରାଯିବ । ଦୁଇବର୍ଷକୁ ଥରେ ମାଆ ନିଜ ବାପଘରକୁ ଆସିବା ସହ ସାହିସାହି ବୁଲି ଭକ୍ତଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥାନ୍ତି ।  ଏଥିପାଇଁ  ଏବେଠାରୁ ବ୍ରହ୍ମପୁରରେ ପ୍ରବଳ ଉତ୍ସାହ ଦେଖାଦେଇଛି ।

ତେବେ ବୁଢ଼ୀ ଠାକୁରାଣୀଙ୍କ ସ୍ଥାୟୀ ମନ୍ଦିରର ନବୀକରଣ ସରିନାହିଁ । ବାଦ ବିବାଦରୁ ପୂର୍ବରୁ ନବୀକରଣ ବିଳମ୍ବ ହୋଇଥିବା ବେଳେ ସରକାର ବଦଳିବା ପରେ ତ୍ଵରାନିତ  ହୋଇଛି।  ଏନେଇ ବ୍ରହ୍ମପୁର ବିଧାୟକ ସମୀକ୍ଷା କରିବା ସହ ଯାତ୍ରା ପୂର୍ବରୁ ମନ୍ଦିରର ପ୍ରମୁଖ ଦୁଇଟି ଦ୍ଵାର କାମ ସାରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କାମ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ ପାଇଥିଲେ ବି ଠାକୁରାଣୀ ଯାତ୍ରା ପାଇଁ  ଦେଶୀ ବେହେରା ସାହି ଅସ୍ଥାୟୀ ମନ୍ଦିରକୁ ମା'ଙ୍କ ଆଗମନକୁ ଆବାଳ ବୃଦ୍ଧ ବନିତା ଅପେକ୍ଷା କରିଛନ୍ତି ।

ଏବର୍ଷ ଯାତ୍ରା ସୁରୁଖୁରୁରେ ହେବା ନେଇ ବୁଢ଼ୀ ଠାକୁରାଣୀଙ୍କ ଉପରେ ସହରବାସୀଙ୍କ ଭରସା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe