ଜୀବନସାଥୀ ରୂପେ ତୁମକୁ ପାଇ ମୁଁ ଖୁସି … ଅନ୍ତରୀକ୍ଷ ଯାତ୍ରା ପୂର୍ବରୁ ପତ୍ନୀଙ୍କ ପାଇଁ କିଛି ଏମିତି ଲେଖିଲେ ଶୁଭାଂଶୁ

ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କର ୩ ଜଣ ସାଥୀ ବୁଧବାର ଦ୍ବିପ୍ରହର ୧୨ ଟା ୧ ମିନିଟରେ ଫ୍ଲୋରିଡାରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଲଞ୍ଚ୍ ହୋଇଥିବା କମ୍ପଲେକ୍ସ ୩୯ଏ ରୁ Axiom-4 ମିସନ ମାଧ୍ୟମରେ ଅନ୍ତରାଷ୍ଟ୍ରୀୟ (ISS) ରୁ ମହାକାଶ ଯାତ୍ରା କରିଛନ୍ତି ।

Kamna

Kamna Photograph: (google)

କନକ ବ୍ୟୁରୋ : ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କର ୩ ଜଣ ସାଥୀ ବୁଧବାର ଦ୍ବିପ୍ରହର ୧୨ ଟା ୧ ମିନିଟରେ ଫ୍ଲୋରିଡାରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଲଞ୍ଚ୍ ହୋଇଥିବା କମ୍ପଲେକ୍ସ ୩୯ଏ ରୁ Axiom-4 ମିସନ ମାଧ୍ୟମରେ ଅନ୍ତରାଷ୍ଟ୍ରୀୟ (ISS) ରୁ ମହାକାଶ ଯାତ୍ରା କରିଛନ୍ତି । ଏହି ମିସନ ଭାରତ ଅନ୍ତରୀକ୍ଷ ଇତିହାସରେ ଏକ ମାଇଲ୍ ଷ୍ଟୋନ୍ ଛିଡ଼ା କରାଇବ ଏଥିରେ କୌଣସି ସନ୍ଦେହ ନାହିଁ । ISS କୁ ଯାଇଥିବା ପ୍ରଥମ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ରୂପେ ଇତିହାସ ରଚିବା ପୂର୍ବରୁ ଶୁଭାଂଶୁ ନିଜ ପତ୍ନୀ କାମନାଙ୍କ ଉଦ୍ଦେଶ୍ୟରେ ଏକ ନୋଟ୍ ଲେଖିଛନ୍ତି ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । 

ଲଞ୍ଚ୍ ପୂର୍ବରୁ ଶୁଭାଂଶୁ ଶୁକ୍ଲା ଇନଷ୍ଟାଗ୍ରାମରେ ଲେଖିଲେ ’୨୫ ଜୁନ ସକାଳୁ ଆମେ ପୃଥିବୀ ଛାଡ଼ିବାକୁ ଯୋଜନା କରୁଛୁ । ଏହି ମିସନ ପାଇଁ ମୋତେ ସପୋର୍ଟ କରିଥିବା ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୋ ପରିବାର ଏବଂ ସଂପର୍କୀୟଙ୍କ ପ୍ରେମ ଏବଂ ଆଶିଷ ପାଇଁ ଧନ୍ୟବାଦ । ଜୀବନସାଥୀ ରୂପେ କାମନାଙ୍କୁ ପାଇ ମୁଁ ବହୁତ ଖୁସି । କାମନାଙ୍କ ବିନା ଏସବୁ ସମ୍ଭବ ହୋଇପାରିନଥା’ନ୍ତା ।’ ଏଭଳି ଲେଖି ନିଜ ପତ୍ନୀଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ ଶୁଭାଂଶୁ । ଯେଉଁଥିରେ କାଚର କବାଟ ମାଧ୍ୟମରେ ଦୁହେଁ ଦୁହିଁଙ୍କୁ ବିଦାୟ ଦେଉଥିବାର ନଜର ଆସୁଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶୁଭାଂଶୁ ଏବଂ କାମନାଙ୍କ ସାକ୍ଷାତ ଲକ୍ଷ୍ନୌର ଏକ ପ୍ରାଇମେରି ସ୍କୁଲରେ ହୋଇଥିଲା । ତୃତୀୟ ଶ୍ରେଣୀରୁ ହିଁ ଦୁହେଁ ଏକାଠି ପାଠ ପଢ଼ିଥିଲେ । ବନ୍ଧୁରୁ ଜୀବନସାଥୀ ପାଲଟିଥିବା ଏହି ଦମ୍ପତିଙ୍କ ୬ ବର୍ଷର ପୁତ୍ର ସନ୍ତାନ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe