ଦୋଷ ମାନିଲେନି, କ୍ଷମା ମାଗିଲେ ଶୁଭଙ୍କର

ମୁଁ କହିଥିବା କଥା କଳ୍ପନା ନୁହେଁ କି ମନରୁ କହିନି । ବିଭିନ୍ନ ୱେବସାଇଟ୍‌ରେ ବହୁପୂର୍ବରୁ ଏହା କୁହାଯାଇଛି । ଅଭିଯୋଗ ଆସିବା ପରେ ଭିଡିଓ ହଟାଇ ଦେଇଛି । ମୁଁ କୌଣସି ଗୁଜବ ପ୍ରଚାର କରିନି ।

Shubhankar Mishra

Shubhankar Mishra Photograph: (Kanak News)

ପ୍ରେମୀ ଯୁଗଳ ଜଗନ୍ନାଥ ମନ୍ଦିର ଯିବା ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ କ୍ଷମା ମାଗିଲେ ୟୁଟ୍ୟୁବର୍‌ ଶୁଭଙ୍କର ମିଶ୍ର । କହିଲେ, ମୁଁ କହିଥିବା କଥା କଳ୍ପନା ନୁହେଁ କି ମନରୁ କହିନି । ବିଭିନ୍ନ ୱେବସାଇଟ୍‌ରେ ବହୁପୂର୍ବରୁ ଏହା କୁହାଯାଇଛି । ଅଭିଯୋଗ ଆସିବା ପରେ ଭିଡିଓ ହଟାଇ ଦେଇଛି । ମୁଁ କୌଣସି ଗୁଜବ ପ୍ରଚାର କରିନି ।

ଶୁଭଙ୍କର ମିଶ୍ରଙ୍କ ପାଇଁ ବିବାଦୀୟ ବୟାନକୁ ନେଇ ଅଡୁଆ ବଢ଼ିଥିଲା । ସିଂହଦ୍ଵାର ଥାନାରେ ଏତାଲା ଦେଇଥିଲେ ବରିଷ୍ଠ ସେବକ ଗୌରହରି ପ୍ରଧାନ । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିଷୟରେ ସୋସିଆଲ ମିଡିଆରେ ଅପପ୍ରଚାର କରିଥିଲେ ଶୁଭଙ୍କର । ସମଗ୍ର ଓଡ଼ିଶାରେ ଶୁଭଙ୍କରଙ୍କ ପ୍ରତିକ୍ରିୟାକୁ ନେଇ ହୋଇଥିଲା ସମାଲୋଚନା ।

ଅଧିକ ପଢ଼ନ୍ତୁ : ବଢ଼ିଲା ଶୁଭଙ୍କର ମିଶ୍ରଙ୍କ ଅଡ଼ୁଆ, ପ୍ରେମୀ ଯୁଗଳ ମନ୍ଦିର ଯିବା ନେଇ ଦେଇଥିବା ବୟାନ ହୋଇଥିଲା ବିବାଦୀୟ

ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଆସିଲେ ସେମାନେ ବିବାହ କରିପାରିବେ ନାହିଁ ବୋଲି କହିଥିଲେ ଶୁଭଙ୍କର । ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଶାପ ପଡିଛି ବୋଲି କହିଥିଲେ ଶୁଭଙ୍କର । ଗତକାଲି ଜିଲ୍ଲାପାଳ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe