ପ୍ରେମୀ ଯୁଗଳ ଜଗନ୍ନାଥ ମନ୍ଦିର ଯିବା ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ କ୍ଷମା ମାଗିଲେ ୟୁଟ୍ୟୁବର୍ ଶୁଭଙ୍କର ମିଶ୍ର । କହିଲେ, ମୁଁ କହିଥିବା କଥା କଳ୍ପନା ନୁହେଁ କି ମନରୁ କହିନି । ବିଭିନ୍ନ ୱେବସାଇଟ୍ରେ ବହୁପୂର୍ବରୁ ଏହା କୁହାଯାଇଛି । ଅଭିଯୋଗ ଆସିବା ପରେ ଭିଡିଓ ହଟାଇ ଦେଇଛି । ମୁଁ କୌଣସି ଗୁଜବ ପ୍ରଚାର କରିନି ।
ଶୁଭଙ୍କର ମିଶ୍ରଙ୍କ ପାଇଁ ବିବାଦୀୟ ବୟାନକୁ ନେଇ ଅଡୁଆ ବଢ଼ିଥିଲା । ସିଂହଦ୍ଵାର ଥାନାରେ ଏତାଲା ଦେଇଥିଲେ ବରିଷ୍ଠ ସେବକ ଗୌରହରି ପ୍ରଧାନ । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିଷୟରେ ସୋସିଆଲ ମିଡିଆରେ ଅପପ୍ରଚାର କରିଥିଲେ ଶୁଭଙ୍କର । ସମଗ୍ର ଓଡ଼ିଶାରେ ଶୁଭଙ୍କରଙ୍କ ପ୍ରତିକ୍ରିୟାକୁ ନେଇ ହୋଇଥିଲା ସମାଲୋଚନା ।
ଅଧିକ ପଢ଼ନ୍ତୁ : ବଢ଼ିଲା ଶୁଭଙ୍କର ମିଶ୍ରଙ୍କ ଅଡ଼ୁଆ, ପ୍ରେମୀ ଯୁଗଳ ମନ୍ଦିର ଯିବା ନେଇ ଦେଇଥିବା ବୟାନ ହୋଇଥିଲା ବିବାଦୀୟ
ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଆସିଲେ ସେମାନେ ବିବାହ କରିପାରିବେ ନାହିଁ ବୋଲି କହିଥିଲେ ଶୁଭଙ୍କର । ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଶାପ ପଡିଛି ବୋଲି କହିଥିଲେ ଶୁଭଙ୍କର । ଗତକାଲି ଜିଲ୍ଲାପାଳ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/02/shubhankar-mishra-2025-12-02-21-57-49.jpg)