ଶୁଭଙ୍କର ମିଶ୍ରଙ୍କ ବଢ଼ିଲା ଅଡ଼ୁଆ, ମହଙ୍ଗା ପଡ଼ିବ କି ବିବାଦୀୟ ମନ୍ତବ୍ୟ?

Advertisment

ବିବାହ ପୂର୍ବରୁ ପ୍ରେମୀଯୁଗଳଙ୍କୁ ଶ୍ରୀମନ୍ଦିର ବାରଣ କଥା କହି ଦେଇଥିଲେ ବିବାଦୀୟ ମନ୍ତବ୍ୟ

ବିବାହ ପୂର୍ବରୁ ପ୍ରେମୀଯୁଗଳଙ୍କୁ ଶ୍ରୀମନ୍ଦିର ବାରଣ କଥା କହି ଦେଇଥିଲେ ବିବାଦୀୟ ମନ୍ତବ୍ୟ

Shubhankar Mishra

Shubhankar Mishra Photograph: (KanakNews)

କନକ ବ୍ୟୁରୋ:  ସୋସିଆଲ ମିଡିଆ ଇନପ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ଦେବା ପରେ ଅସନ୍ତୋଷ ତେଜିଛି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି । କାର୍ଯ୍ୟାନୁଷ୍ଠାନ ପାଇଁ ବି ଚାପ ପଡିଲାଣି । ପୁରୀ ଜିଲ୍ଲାପାଳ ବି କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି । 
 
ଶ୍ରୀମନ୍ଦିରକୁ ନେଇ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ପ୍ରେମୀଯୁଗଳଙ୍କୁ ବିବାହ ପୂର୍ବରୁ ଶ୍ରୀମନ୍ଦିର ଯିବାକୁ ବାରଣ କରିଥିଲେ ଶୁଭଙ୍କର। ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡ଼ିଛି ବୋଲି ମଧ୍ୟ କହିଥିଲେ ଶୁଭଙ୍କର ମିଶ୍ର । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶୁଭଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପଡିଛି।  ପୁରୀ ଜିଲ୍ଲାପାଳ କହିଛନ୍ତି, ଯେଉଁମାନେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବମାନନା କରିବେ କିମ୍ୱା ଭୁଲ୍ ତଥ୍ୟ ଦେବେ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଚାର ପ୍ରସାର ସବ୍‌କମିଟିରେ ଯୋଜନା କରାଯାଉଛି । 

ଶୁଭଙ୍କରଙ୍କ ବିବାଦୀୟ ବୟାନ ; ‘ଶ୍ରୀମନ୍ଦିରକୁ ଗଲେ ଭାଙ୍ଗିଯାଏ ପ୍ରେମୀଯୁଗଳଙ୍କ ସଂପର୍କ’

ଶୁଭଙ୍କର ମିଶ୍ରଙ୍କ ଏଭଳି ମନ୍ତବ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଓ ବିଶ୍ବାସ ଉପରେ କୁଠାରଘାତ। ଜଗନ୍ନାଥଙ୍କ ବିଜେସ୍ଥଳୀ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ଧର୍ମ ଉପରେ ଏଭଳି ମନ୍ତବ୍ୟ ହିନ୍ଦୁଙ୍କ ଭାବାବେଗକୁ କଷ୍ଟ ଦେଇଛି । ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନା ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ବିରୋଧ ଦେଖିବାକୁ ମିଳିଛି ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେବାୟତ । ଶ୍ରୀ ମନ୍ଦିର ଏବଂ ଜଗନ୍ନାଥଙ୍କ ଉପରେ ବାରମ୍ବାର ଏଭଳି ଭୁଲ ତଥ୍ୟ ସାମାଜିକ ଗଣ ମାଧ୍ୟମରେ ଆସୁଛି। ସରକାର ଏହା ଉପରେ ଆଇନ କେବେ ଆଣିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । 


 


 

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe