କନକ ବ୍ୟୁରୋ: ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । କଡ଼ା ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର । ଏଆଇ ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି ୨୭୫ ଏଆଇ କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ । ପୁରୀ-କୋଣାର୍କ ରୋଡରେ କଡ଼ା ସୁରକ୍ଷା । ଅଘଟଣ ଏଡ଼ାଇବାକୁ ସଜାଗ ରହିଛି ପ୍ରଶାସନ । ନିୟୋଜିତ ଅଛନ୍ତି ବମ୍ ଡିସ୍ପୋଜାଲ୍ ସ୍କ୍ୱାଡ୍ । ସଜାଗ ଅଛନ୍ତି ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ୍ । ସ୍ପେଶାଲ ଟାକଟିକାଲ୍ ୟୁନିଟ ଭଳି ସୁରକ୍ଷା । ୨୦୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ । ୨୧ ଆଇପିଏସ, ୧୨ ଶହ ଅଫିସର ନିୟୋଜିତ ଅଛନ୍ତି । ଟ୍ରାଫିକ୍ ପରିଚାଳନାରେ ୫୦ ପ୍ଲାଟୁନ୍ ଫୋର୍ସ ଓ ପୁଲିସ ସହ ଘରୋଇ ସୁରକ୍ଷା ଟିମ୍ ନିୟୋଜିତ ଅଛନ୍ତି ।
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ୱାର ଚକଡ଼ାରେ ବିଜେ ଅଛନ୍ତି ୩ ରଥ । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ । ତିନି ରଥରେ ବିରାଜମାନ କରିବେ ଶ୍ରୀବିଗ୍ରହ । ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କ ଅପେକ୍ଷାରେ ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ।