କନକ ବ୍ୟୁରୋ : ଏଣିକି ସିଂହଦ୍ୱାର ଦେଇ ପ୍ରବେଶ କରି ପାରିବେ ଶ୍ରଦ୍ଧାଳୁ । ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେଲେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ଏବେଠାରୁ ହିଁ ଶ୍ରୀମନ୍ଦିରରେ ହେଲାଣି ଶ୍ରଦ୍ଧାଳୁଙ୍କ ସମାଗମ । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ନୂଆ ବର୍ଷରେ କାଳିଆକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବରେ ଦର୍ଶନ କରିବେ ଶ୍ରଦ୍ଧାଳୁ ଏହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାପୂର୍ବରୁ ପୁରୀ ସହରରେ ଟ୍ରାଫିକ ଆଡ୍ଭାଜରୀ ଜାରି କରିଥିଲା ପୋଲିସ୍ । ଆଜି କର୍ତ୍ତୃପକ୍ଷ ସିଂହଦ୍ୱାର ଦେଇ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ଶ୍ରୀମନ୍ଦିରରେ ଆଉ ଲାଗିବନି ଲମ୍ବା ଲାଇନ୍ ।