କନକ ବ୍ୟୁରୋ: ଆଜି ଆଡପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ରତ୍ନବେଦୀରୁ ବାହାରିଥିବା ଶ୍ରୀଜିଉ ବିଜେ କରିବେ ଯଜ୍ଞବେଦୀକୁ । ମହାପ୍ରଭୂଙ୍କ ଆଡପ ମଣ୍ଡପ ଦର୍ଶନ ସୁଯୋଗ ପାଇବେ ଭକ୍ତ । ଏନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ବେଶ ଭିଡ ଜମିଛି ଶ୍ରଦ୍ଧାଳୁଙ୍କର । ଦୁଇ ଦିନ ହେବ ରଥାରୁଢ ରହିବା ପରେ ଶ୍ରୀଜିଉ ଆଜି ବିଜେ କରିବେ ଆଡପମଣ୍ଡପକୁ। ସଂନ୍ଧ୍ୟା ଧୁପ ପରେ ଫିଟାଯିବ ଘୋଡା। ତାପରେ ରଥରେ ଚାରମାଳ ବନ୍ଧାଯାଇଥିବା ବେଳେ ସେପଟେ କୋଠ ସୁଆଁସିଆ ସେବକମାନେ ଆଡପ ମଣ୍ଡପ ସିଂହାସନରେ ଚାର ବାନ୍ଧିବେ ।
ପ୍ରଥମେ ପୁଷ୍ପାଞ୍ଜଳୀ ହୋଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି କରାଯିବ । ତା ପରେ ସୁଦର୍ଶନ ପହଣ୍ଡି ହେବେ । ଏହାପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଯିବେ। ମହାପ୍ରଭୁଙ୍କର ପହଣ୍ଡି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବାୟତଙ୍କ ସହ ସମନ୍ୱୟ ରଖାଯାଇଛି । ସେନଇ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପହଣ୍ଡି ସମୟରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ବ୍ୟବସ୍ଥା କଡାକଡି କରାଯାଇଛି । ଭିତର ଓ ବାହାର କର୍ଡନ କରାଯାଇ ପହଣ୍ଡି କରାଯିବା ସହିତ ରଥଚାରିପଟେ ସ୍ୱତନ୍ତ୍ର ପୁଲିସଙ୍କ ସମେତ ସାଧା ପୋଷାକଧାରୀ ପୁଲିସ ମୁତୟନ ରହିବେ। ପହଣ୍ଡି ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ବେଶ ଭିଡ ଜମିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/29/ratha-yatra-2025-06-29-07-38-21.jpg)