ପାଖେଇ ଆସିଲା ରଥଯାତ୍ରା ; ରାଜ୍ୟପାଳଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ

ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)ର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ I

ରାଜ୍ୟପାଳଙ୍କୁ ନିମନ୍ତ୍ରଣ

Photograph: (kanakNews)

କନକ ବ୍ୟୁରୋ : ଆଉ ଅଳ୍ପ ଦିନ ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଥିରେ ଯୋଗ ଦେବା ପାଇଁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)ର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ I ମଙ୍ଗଳବାର ଦିନ ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ପୁରୀରେ ରଥଯାତ୍ରାରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ।

ଏହି ଅବସରରେ ଶ୍ରୀ ପାଢ଼ୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁଗମ ଏବଂ ନିରାପଦ ପରିଚାଳନା ପାଇଁ ଚାଲିଥିବା ବିସ୍ତୃତ ପ୍ରସ୍ତୁତି ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ  ରଥଯାତ୍ରା ଦେଖିବା ପାଇଁ ଦେଶ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଆଗମନ ଦୃଷ୍ଟିରୁ ଏହାର ଯଥାଯଥ ପରିଚାଳନା କରିବା ପାଇଁ ଗ୍ରହଣ କରାଯାଉଥିବା ବ୍ୟାପକ ବ୍ୟବସ୍ଥା ଉପରେ ଶ୍ରୀ ପାଢ଼ୀ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଏ ଦିଗରେ ଶ୍ରୀ ମନ୍ଦିର ପ୍ରଶାସନର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି ଏବଂ ରଥଯାତ୍ରାର ସଫଳ ଆୟୋଜନ ଏବଂ ଶାନ୍ତିପୂର୍ଣ୍ଣ ପାଳନ ପାଇଁ ଶୁଭକାମନା ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe