ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ । ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା

Advertisment

ଏଣିକି ଶ୍ରୀଜିଉଙ୍କ ଦର୍ଶନ କିଭଳି ସୁଖଦ ହେବ ସେଥିପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ। ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପରେ ସମସ୍ତ ଭକ୍ତ ଏଥର ମହାପ୍ରଭୁଙ୍କ ଆଖି ସହ ଆଖି ମିଶାଇ ନିଜର ଚର୍ମଚକ୍ଷୁ ପବିତ୍ର କରିବେ।

ଏଣିକି ଶ୍ରୀଜିଉଙ୍କ ଦର୍ଶନ କିଭଳି ସୁଖଦ ହେବ ସେଥିପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ। ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପରେ ସମସ୍ତ ଭକ୍ତ ଏଥର ମହାପ୍ରଭୁଙ୍କ ଆଖି ସହ ଆଖି ମିଶାଇ ନିଜର ଚର୍ମଚକ୍ଷୁ ପବିତ୍ର କରିବେ।

shree mandir darsan

କନକ ବ୍ୟୁରୋ: ଆପଣ ପୁରୀ ଯାଉଥିଲେ, ଅନେକ ତିକ୍ତ ଅନୁଭୂତି ନେଇ ଫେରୁଥିବେ। ଭକ୍ତଙ୍କ ଗହଳି ଭିତରେ ବିଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଦୀର୍ଘ ସମୟ ଲମ୍ୱାଧାଡ଼ିରେ ଛିଡ଼ା ହେବା, କାଳିଆର ଦର୍ଶନ ପାଇଁ ଠେଲାପେଲା କରିବା ଭଳି ଅନୁଭୂତି ସାଧାରଣ ଭକ୍ତଙ୍କର ରହିଥିବ । ଆଉ ଯିଏ ସୁଯୋଗ ପାଇ ଶ୍ରୀମନ୍ଦିର ଭିତରକୁ ଚାଲିଗଲା, ସେବାୟତଙ୍କ ଶୋଷଣ ଭଳି ଅଲୋଡ଼ା ଅନୁଭୂତି ବି ପାଇଥିବେ। ଏଣିକି ଶ୍ରୀଜିଉଙ୍କ ଦର୍ଶନ କିଭଳି ସୁଖଦ ହେବ ସେଥିପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ। ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପରେ ସମସ୍ତ ଭକ୍ତ ଏଥର ମହାପ୍ରଭୁଙ୍କ ଆଖି ସହ ଆଖି ମିଶାଇ ନିଜର ଚର୍ମଚକ୍ଷୁ ପବିତ୍ର କରିବେ। ଭକ୍ତଙ୍କ ପାଇଁ ଧାଡ଼ି ବ୍ୟବସ୍ଥା ହେବ। ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ। ହଟିବ ଆଲମିରା ଓ ସିନ୍ଦୁକ। ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କୁ ଦାୟିତ୍ବ ଦେଇଛନ୍ତି ସରକାର। ବିଭିନ୍ନ ନିଯୋଗ ସହ ଆଲୋଚନା କରି ପଦକ୍ଷେପ ନିଆଯିବ। ପୂର୍ବରୁ ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇଛି। ପରମ୍ପରା ଓ ସେବା ପୂଜାରେ ବିଘ୍ନ ନଘଟାଇ ବ୍ୟବସ୍ଥା କରାଯିବ। ଏହା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ବୋଲି ବିଭିନ୍ନ ମହଲରେ କୁହାଯାଉଛି । ସେପଟେ ଜିଲ୍ଲାପାଳ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ଇଂଜିନିୟରିଂ ବିଭାଗ ପରାମର୍ଶଦାତାଙ୍କ ସହ ଆଲୋଚନା କରି ପର୍ଯ୍ୟାୟକ୍ରମରେ ସୁ-ବ୍ୟବସ୍ଥା କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe