ଝୁଲି ଝୁଲି ଆସୁଛି ନଟନାଗର ; ଆରମ୍ଭ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି

Advertisment

ଆସିଲାରେ କାଳିଆ ସୁନା ଆସିଲା । ଝୁଲି ଝୁଲି ଆସୁଛି ନଟନାଗର । ଆରମ୍ଭ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ପହଣ୍ଡି । ଆଗ ବଡ଼ ଭାଇ ଭଉଣୀଙ୍କୁ ପଠାଇ ଦେଇ ଶେଷରେ ଆସିଲେ ପ୍ରଭୁ ଜଗନ୍ନାଥ ।

ଆସିଲାରେ କାଳିଆ ସୁନା ଆସିଲା । ଝୁଲି ଝୁଲି ଆସୁଛି ନଟନାଗର । ଆରମ୍ଭ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ପହଣ୍ଡି । ଆଗ ବଡ଼ ଭାଇ ଭଉଣୀଙ୍କୁ ପଠାଇ ଦେଇ ଶେଷରେ ଆସିଲେ ପ୍ରଭୁ ଜଗନ୍ନାଥ ।

lhl

Photograph: (kanaknews)

କନକ ବ୍ୟୁରୋ : ଆହାଃ କି ସୁନ୍ଦର ଦୃଶ୍ୟ , ଆସିଲାରେ କାଳିଆ ସୁନା ଆସିଲା । ଝୁଲି ଝୁଲି ଆସୁଛି ନଟନାଗର । ଆରମ୍ଭ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ପହଣ୍ଡି । ଆଗ ବଡ଼ ଭାଇ ଭଉଣୀଙ୍କୁ ପଠାଇ ଦେଇ ଶେଷରେ ଆସିଲେ ପ୍ରଭୁ ଜଗନ୍ନାଥ । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ହୁଳହୁଳି, ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର । ବଡ଼ ଠାକୁର ଏବଂ ମା’ ସୁଭଦ୍ରାଙ୍କ ପରେ ପହଣ୍ଡିରେ ଆସୁଛନ୍ତି କାଳିଆ ଠାକୁର । ମହାପ୍ରଭୁ ଜଗନ୍ନାଥଙ୍କର ଏହି ଝଲକ ଟିକେ ପାଇବା ପାଇଁ ଚାତକ ଭଳି ଚାହିଁ ରହିଥିଲେ ଭକ୍ତମାନେ । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଥିଲା କେତେବେଳେ ମହାପ୍ରଭୁ ଜଗନ୍ନାଥ ବଡ଼ ଦାଣ୍ଡକୁ ଆସିବେ । 

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ୱାର ଚକଡ଼ାରେ ବିଜେ ଅଛନ୍ତି ୩ ରଥ । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ । ତିନି ରଥରେ ବିରାଜମାନ କଲେ ଶ୍ରୀବିଗ୍ରହ । ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ , ଏଥର ଆଗକୁ ଗଡ଼ିବ ରଥ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe