କନକ ବ୍ୟୁରୋ : ଶ୍ରାବଣ ସରିଗଲା ହେଲେ ବର୍ଷାର ଦେଖା ନାହିଁ । ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ବର୍ଷା ପାଇଁ ଲୋକେ ଗାଁ ଗାଁରେ ପୂଜାର୍ଚ୍ଚନା କଲେଣି ତ କେଉଁଠି ପାଣି ଦାବିରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଲେଣି । ବର୍ଷା ଅଭାବରୁ ସ୍ଥିତି ସାଂଘାତିକ ହୋଇଛି । ଭଞ୍ଜନଗରରେ ବର୍ଷା ପାଇଁ ଗାଁ ଗାଁରେ ପୂଜାର୍ଚ୍ଚନା ଓ ବେଙ୍ଗୁଲି ନାଟ ହୋଇଛି । ବର୍ଷାକୁ ଆବାହନ କରିବା ପାଇଁ ଗାଁ ଗାଁରେ ଠାକୁରାଣୀଙ୍କ ନିକଟରେ ହୋମ ଯଜ୍ଞ ଆୟୋଜନ କରାଯାଉଛି । କିଛି ସ୍ଥାନରେ ଗାଁର ପିଲାମାନେ ମୁହଁରେ ରଙ୍ଗ, କାଦୁଅ ବୋଳି ହାତରେ ଗଛ ଡାଳ ଧରି ‘ବେଙ୍ଗୁଲି ରାଣୀ, ଦେ ପାଣି’ କହି ଗୀତ ଗାଇ ନାଟ କରୁଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା କୋକସରାରେ ଆଦିବାସୀଙ୍କ ନିଆରା ପୂଜାର୍ଚ୍ଚନା । ମାଆ ସର୍ବମଙ୍ଗଳା ଘାଟିରେ ମୁଣ୍ଡିଆଣି କରିଛନ୍ତି ଡଙ୍ଗର ଯାତ୍ରା । କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ବର୍ଷା ଅଭାବ ଯୋଗୁ ଚାଷ ଜମି ଫାଟି ଆଁ କରିଛି । ଜଳଯୋଗାଣ ଦାବିରେ ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ସଇଡ଼ା ସମ୍ମୁଖରେ ଧାରଣା ହେଇଛନ୍ତି ସ୍ଥାନୀୟ ଚାଷୀ ।
ଯେଉଁ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ସେଥିମଧ୍ୟରେ ରହିଛି ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଯାଜପୁର । ସେପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଥିବା ବେଳେ ସ୍ଥିତି କିଛି ଅଲଗା ରହିଛି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୪ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । କିନ୍ତୁ ଯେଉଁ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ସେଠାରେ ଚାଷୀଙ୍କ ଚିନ୍ତା ବଢ଼ିଛି ।
ଶ୍ରାବଣ ସରିଲା ବର୍ଷାର ଦେଖାନାହିଁ : କେଉଁଠି ପୂଜାର୍ଚ୍ଚନା ତ କେଉଁଠି ଧାରଣା
ଭଞ୍ଜନଗରରେ ବର୍ଷା ପାଇଁ ଗାଁ ଗାଁରେ ପୂଜାର୍ଚ୍ଚନା ଓ ବେଙ୍ଗୁଲି ନାଟ ହୋଇଛି । ବର୍ଷାକୁ ଆବାହନ କରିବା ପାଇଁ ଗାଁ ଗାଁରେ ଠାକୁରାଣୀଙ୍କ ନିକଟରେ ହୋମ ଯଜ୍ଞ ଆୟୋଜନ କରାଯାଉଛି ।
/kanak/media/media_files/2025/08/14/puja-for-rain-2025-08-14-20-23-05.jpg)