ଚାଷୀଙ୍କୁ ଧୋକା ଦେଲା ଶ୍ରାବଣ : ପାଣି ଅଭାବରୁ ହୋଇପାରିଲାନି ଧାନ ରୁଆ

Advertisment

ଆଉ ଧାରା ଶ୍ରାବଣ ନାହିଁ ।  ଓଳିଗଡ଼ା ବର୍ଷା ବି ନାହିଁ। ଲଘୁଚାପ ହେଲେ ବର୍ଷିଲା, ନହେଲେ ନାହିଁ । ଶ୍ରାବଣ ସରିବାକୁ ବସିଲାଣି । ହେଲେ ଧାନ ବିଲରେ ପାଣି ନାହିଁ। ତଳି ଘେରା ଫାଟି ଆଁ କଲାଣି ।

ଆଉ ଧାରା ଶ୍ରାବଣ ନାହିଁ ।  ଓଳିଗଡ଼ା ବର୍ଷା ବି ନାହିଁ। ଲଘୁଚାପ ହେଲେ ବର୍ଷିଲା, ନହେଲେ ନାହିଁ । ଶ୍ରାବଣ ସରିବାକୁ ବସିଲାଣି । ହେଲେ ଧାନ ବିଲରେ ପାଣି ନାହିଁ। ତଳି ଘେରା ଫାଟି ଆଁ କଲାଣି ।

24

Photograph: (KANAKNEWS)

କନକବ୍ୟୁରୋ : ଆଉ ଧାରା ଶ୍ରାବଣ ନାହିଁ ।  ଓଳିଗଡ଼ା ବର୍ଷା ବି ନାହିଁ। ଲଘୁଚାପ ହେଲେ ବର୍ଷିଲା, ନହେଲେ ନାହିଁ। ଶ୍ରାବଣ ସରିବାକୁ ବସିଲାଣି। ହେଲେ ଧାନ ବିଲରେ ପାଣି ନାହିଁ। ତଳି ଘେରା ଫାଟି ଆଁ କଲାଣି । ଚାଷୀ ତଳି ରୋଇବ କଣ ବର୍ଷା ଅପେକ୍ଷାରେ ଆକାଶକୁ ଚାହିଁଛି ।  ବର୍ତ୍ତମାନର ସ୍ଥିତି ବତେଇ ଦେଉଛି ଏବେଠୁ ସଜାଗ ହୁଅ ନହେଲେ ଆଗକୁ ଏମିତି ଆହୁରି କେତେ କ’ଣ ଭୋଗିବାକୁ ପ୍ରସ୍ତୁତ ରୁହ । 

ଏସବୁ ଜଳବାୟୁ ପରବର୍ତ୍ତନର ପ୍ରଭାବ ନୁହେଁ ତ ଆଉ କ’ଣ ?  ରାୟଗଡ଼ା ଜିଲ୍ଲା ପିତାମହଲ ପଞ୍ଚାୟତରେ ଅଭାବୀ ବର୍ଷାର ଚିନ୍ତାଜନକ ଦୃଶ୍ୟ। ପ୍ରତିବର୍ଷ ଶ୍ରାବଣ ମାସ ଶେଷ ସୁଦ୍ଧା ୯୦% ଧାନ ରୁଆ ସରିଥାଏ। ହେଲେ ଚଳିତ ବର୍ଷ ବର୍ଷା ଅଭାବରୁ ଗଜା ମରୁଡ଼ି ମୁହାଁ ଚାଷ  ।   ଚାଷୀ ଧାର କରଜ କରି ତଳି ପକାଇଛି। ହେଲେ ପାଣି ଅଭାବରୁ ଜମି କାଦୁଅ ହୋଇପାରୁନି କି ଧାନ ରୁଆ କି ବୁଣା ଧାନ ବେଉସଣ ହୋଇପାରୁନାହିଁ । 

ରାୟଗଡ଼ା ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୪୩ ହଜାର ୨୦୧ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ମାତ୍ର ୧୬ ହଜାର ୮୫୩ ହେକ୍ଟର ଜମିରେ ଚାଷ ହୋଇଛି। ଠିକ ସେହିପରି ୧ଲକ୍ଷ ୩୮ ହଜାର ୨୮୪ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ।  ହେଲେ ୮୨,୧୪୪ ହେକ୍ଟର ଜମିରେ ଚାଷ ହୋଇଛି ।
 ବର୍ଷା ଅଭାବରୁ ଶହ ଶହ ଏକର ଚାଷ ଜମିରେ ଲଙ୍ଗଳ ବାଜି ନାହିଁ ।   ଜୁଲାଇ ମାସରେ ୩୦୪.୯ ମିଲିମିଟର ବର୍ଷା ହେବା କଥା, ହୋଇଛି ମାତ୍ର ୨୪୮.୧ ମିଲିମିଟର ବର୍ଷା। ମୋଟ ୧୧ଟି ବ୍ଲକରୁ ୩ଟି ବ୍ଳକ ରାୟଗଡ଼ା, ରାମନାଗୁଡ଼ା ଓ ଗୁଡ଼ାରୀର ଅବସ୍ଥା ସାଙ୍ଘାତିକ ।  ନାଗାବଳି ନଦୀ କୂଳରେ ବି ଏକର ଏକର ଜମି ଫାଟି ଆଁ କରିଛି ।

ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ସ୍ୱଳ୍ପ ବୃଷ୍ଟିପାତ। ତେଣୁ ଏହି ସମୟରେ ଚାଷୀଙ୍କୁ ସାହାଯ୍ୟ ଯୋଗାଇବା ଜରୁରୀ ହୋଇପଡ଼ିଛି । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe