କନକ ବ୍ୟୁରୋ:  ଜଙ୍ଗଲ ଭିତରେ ଥିବା ବାରୁଦ ଗୋଦାମ କେତେ ସୁରକ୍ଷିତ ? ଶ୍ରବଣ ଅଗ୍ରୱାଲଙ୍କ ବାରୁଦ ଗୋଦାମରେ କ’ଣ ରହିଛି ସୁରକ୍ଷା ବ୍ୟବସ୍ଥା ? ବଡ଼ଗାଁ ଇତମା ବାରୁଦ ଗୋଦାମରେ କନକ ନ୍ୟୁଜ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ। ସୁନ୍ଦରଗଡ଼ ଜିଲ୍ଲା ବଡ଼ ଗାଁ ଥାନା ଇତମାରେ ଶ୍ରବଣ ଅଗ୍ରୱାଲଙ୍କ ବାରୁଦ ଗୋଦାମକୁ ଗତ ମେ ’ ୨୮ ତାରିଖରେ ସିଲ୍ କରିଛି ପୁଲିସ ଓ ପ୍ରଶାସନ ।

Advertisment

ସିଲ୍ ହୋଇଥିବା ଗୋଦାମରେ ଏବେ ବି ରହିଛି ୧୨୦୦ ପ୍ୟାକେଟ ବା ୩୦ହଜାର କେଜିର ବାରୁଦ ଓ ବିସ୍ଫୋରକ ପାଇଁ ବ୍ୟବହୃତ ହେଉଥିବା ତାର ଓ ଡିଟୋନେଟର । କେହି ବି ଜଗିବା ପାଇଁ ନାହାନ୍ତି ବାରୁଦକୁ ।  ପୁଲିସ କଥା ଛାଡ଼ନ୍ତୁ ପ୍ରାଇଭେଟ ସିକ୍ୟୁରିଟି ବି ନାହାନ୍ତି । ଯେଉଁଠାରୁ ମାଓବାଦୀ ହଜାର ହଜାର ଟନ୍‌ର ବାରୁଦ ଲୁଟ କରି ନେଇଯାଉଛନ୍ତି, ସେଠାରେ ବାରୁଦକୁ କେମିତି ରଖାଯାଇଛି, ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଦେବାଶିଷ କବି ।