କନକ ବ୍ୟୁରୋ : ଖୁବଶୀଘ୍ର ଓଡ଼ିଶା ପିସିସି ସଭାପତିଙ୍କ ନାଁ ଉପରେ ମୋହର ମାରିବାକୁ ଯାଉଛି ଏଆଇସିସି । ଏଥିପାଇଁ ପ୍ରକ୍ରିୟା ବି ଆରମ୍ଭ ହୋଇସାରିଲାଣି । ସୋମବାର ଭୁବନେଶ୍ୱର ଆସିବେ କେନ୍ଦ୍ରୀୟ ନେତା । ଗାନ୍ଧୀ ପରିବାରର ଖାସ କୁହାଯାଉଥିବା ଛତିଶଗଡ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓ ବରିଷ୍ଠ ନେତ୍ରୀ ମୀନାକ୍ଷୀ ନଟରାଜନ ଓଡିଶା ଆସୁଛନ୍ତି । ଏମାନେ ରାଜ୍ୟ ନେତାଙ୍କ ସହ ଆଲୋଚନା କରି କେନ୍ଦ୍ରକୁ ରିପୋର୍ଟ ଦେବା ପରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ ।

Advertisment

ଏହା ପୂର୍ବରୁ ଶକ୍ତି ପ୍ରଦର୍ଶନ କରି ପିସିସି ସଭାପତି ପାଇଁ ଲବିକୁ ଜୋରଦାର କରିଛନ୍ତି ନେତା । ଭୁବନେଶ୍ୱରରେ ବନ୍ଧୁମିଳନ ନାଁରେ ଦମ ଦେଖାଇଛନ୍ତି ମହମ୍ମଦ ମୋକିମ । ଏଆଇସିସିର ଦୃଷ୍ଟି ଆକର୍ଷଣ କରିବକୁ ଏଭଳି ବନ୍ଧୁମିଳନ ହୋଇଛି ଆଲୋଚନା ହେଉଛି । ଦଳର କିଛି ନେତା ବି ମୋକିମକୁ ପିସିସି ସଭାପତି କରିବାକୁ ଖୋଲାଖୋଲି ଦାବି ରଖିଛନ୍ତି ।