କନକ ବ୍ୟୁରୋ: ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଡିଛି ମହଙ୍ଗା । ବୌଦ୍ଧ ଜିଲ୍ଲାର ୫୬ଟି ସ୍କୁଲକୁ ଜାରିହେଲା କାରଣ ଦର୍ଶାଅ ନୋଟିସ୍‌ । ଜିଲ୍ଲାର ୩ଟି ବ୍ଲକ୍‌ର ଶିକ୍ଷାଅଧିକାରୀଙ୍କୁ ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷାଅଧିକାରୀ ।

Advertisment

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩ଟି , ବୌଦ୍ଧ ବ୍ଲକର ୧୫ଟି, କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ଜାରି ହୋଇଛି ନୋଟିସ । ସାତ ଦିନ ମଧ୍ୟରେ ଏସ୍‌ଏମ୍‌ସି କମିଟି ଆଗରେ ପ୍ରମାଣ ରଖିବାକୁ କୁହାଯାଇଛି । ୧୫ତାରିଖରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସହ ପ୍ରମାଣ ସ୍ୱରୂପ ଫୋଟୋ ଭିଡିଓ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।