କନକ ବ୍ୟୁରୋ :  ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡରେ ଶଳା ଭିଣୋଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗର ଅଞ୍ଚଳର ଶିବରାମ ନାଏକ ଓ ବିଷ୍ଣୁ ଚରଣ ନାଏକ ।

Advertisment

ଏକ ଅଟୋରେ ବିଷ୍ଣୁ ଏବଂ ଶିବରାମ ଘରକୁ ଫେରୁଥିବା ବେଳେ କହ୍ନେଇ ନଗର ବନଦୂର୍ଗା ନିକଟରେ ଦୁଇ ବାଇକ୍ ରେ ପାଞ୍ଚ ଜଣ ଆସି ଅଟୋ କୁ ଅଟକାଇ ଗୁଳି ମାରିଥିଲେ।  ବିଷ୍ଣୁଙ୍କ ଦୁଇ ଜଙ୍ଘରେ ତିନୋଟି ଏବଂ ପେଟରେ ଗୁଳି ମାଡ ହୋଇଥିବା ବେଳେ ଶିବରାମ ପେଟରେ ଗୋଟେ ଗୁଳି ବାଜିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।