Photograph: (kanaknews)
କନକବ୍ୟୁରୋ : ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ପରିସରରେ ହତ୍ୟା । ବୁଧବାର ରାତି ପ୍ରାୟ ୯ଟାରେ ମୁଖା ପରିଧାନ କରି ଦୁଇ ବାଇକ୍ ଆରୋହୀ ମୌଲାନା ଆଜାଦ ଲାଇବ୍ରେରି ନିକଟରେ କମ୍ପ୍ୟୁଟର ଶିକ୍ଷକ ରାଓ ଦାନିଶ ଅଲ୍ଲୀଙ୍କୁ ରାସ୍ତାରେ ଅଟକାଇ ଗୁଳି ମାରି ହତ୍ୟା କରି ଫେରାର ହୋଇଯାଇଛନ୍ତି । ଦାନିଶ ଦୁଇ ସାଙ୍ଗ ଙ୍କ ସହ ସେଠାରେ ଛିଡ଼ା ହୋଇଥିଲେ । ଗୁଳିମାଡ଼ ପରେ ତାଙ୍କୁ ଜେଏନ ମେଡିକାଲ କଲେଜକୁ ନିଆଯାଇଥିଲା ।
ଥାଇ ସେନାର ଔଦ୍ଧତ୍ୟ : କାମ୍ବୋଡିଆ ସୀମା ନିକଟରେ ଭାଙ୍ଗିଲା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ପରେ ଆତଙ୍କ ଖେଳିଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ପୁଲିସ ସିସିଟିଭି ଫୁଟେଜ ଖୋଜୁଛି ଏବଂ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏସଏସପି ନୀରଜ ଜାଦୌନ କହିଛନ୍ତି, ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ । ଘଟଣାକୁ ନେଇ ବିରୋଧୀ ସରକାରଙ୍କ ଆଇନଶୃଙ୍ଖଳା ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ।
Follow Us