ୱାକଫ୍‌ ବିଲ୍‌ ପ୍ରସଙ୍ଗ : ନବୀନଙ୍କୁ ଭେଟିବେ ମୁନା

ୱାକଫ ବିଲ ସମର୍ଥନରେ ବିଜେଡି ସାଂସଦ ଭୋଟ ଦେବାକୁ ନେଇ ଉଠୁଛି ପଡୁଛି ବିଜେଡି ରାଜନୀତି । ଜଣଙ୍କ ପରେ ଜଣେ ନେତା ସୁପ୍ରିମୋଙ୍କୁ ପ୍ରଶ୍ନ କରୁଛନ୍ତି ।

ଅଦ୍ୟତନ ହୋଇଛି
Munna khan

Munna khan Photograph: (kanak News)

କନକ ବ୍ୟୁରୋ: ୱାକଫ୍ ବିଲକୁ ସମର୍ଥନ ବିବାଦ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ସାଂସଦ ମୁନା ଖାଁ । ମୁନାଙ୍କ ସହ ସାମିଲ୍ ହେବେ ଇସଲାମ ସମ୍ପ୍ରଦାୟର ନେତା । କାହିଁକି ନିଷ୍ପତ୍ତି ବିରୋଧରେ ଗଲେ ସେନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ୱାକଫ୍‌ ବିଲ୍‌କୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ଜଣଙ୍କ ପରେ ଜଣେ ନେତା ବିଜେଡି ସୁପ୍ରିମୋଙ୍କୁ ଭେଟି ଆଲୋଚନା କରୁଛନ୍ତି । ଏହାରି ଭିତରେ ନବୀନଙ୍କୁ ମୁନା ଖାଁ ଭେଟୁଥିବା ଜଣାପଡ଼ିଛି । 

ମୋଟ୍‌ ଉପରେ, ୱାକଫ ବିଲ ସମର୍ଥନରେ ବିଜେଡି ସାଂସଦ ଭୋଟ ଦେବାକୁ ନେଇ ଉଠୁଛି ପଡୁଛି ବିଜେଡି ରାଜନୀତି । ଜଣଙ୍କ ପରେ ଜଣେ ନେତା ସୁପ୍ରିମୋଙ୍କୁ ପ୍ରଶ୍ନ କରୁଛନ୍ତି । ଯାହାକି ବିଜେଡି ରାଜନୀତିରେ ଝଡ଼  ସୃଷ୍ଟି କରିଛି । ତଥାପି ମୁହଁ ଖୋଲୁନାହାନ୍ତି ମୁଖିଆ । ଏସବୁ ଭିତରେ ଗତକାଲି ପୁଣି ତେରେଚ୍ଛା ବାଣ ମାରିଛନ୍ତି ଦଳର ବରିଷ୍ଠ ନେତା ।   

ୱାକଫ ବିଲ ଭୋଟକୁ ନେଇ ଦଳୀୟ ନେତା ଭାଗ ଭାଗ ହୋଇଥିବାବେଳେ, ନବୀନଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବରିଷ୍ଠ ନେତା । ସସ୍ମିତ କାହା ଇଙ୍ଗିତରେ ନବୀନଙ୍କ ନିଷ୍ପତ୍ତି ବିରୋଧରେ ଯିବାକୁ ସାହାସ କଲେ ତାକୁ ନେଇ ବିଜେଡି ରାଜନୀତିରେ କମ୍ପନ ହୋଇଛି । ପୂର୍ବରୁ ଚୁପ୍ ରହୁଥିବା ନେତା ଏଥର ସିଧାସଳଖ ନବୀନଙ୍କୁ ଚେତାଇବା ସହ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି । ଏସବୁ ଭିତରେ ଦଳର ବରିଷ୍ଠ ବିଧାୟକ ତଥା ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । 

କାହାର ନାଁ ନନେଇ କହିଛନ୍ତି, କୌଣସି ବାହ୍ୟଶକ୍ତି ଦ୍ଵାରା ନିଷ୍ପତ୍ତି ହେଲେ ଦଳ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେଉଛି । ସସ୍ମିତ ପାତ୍ରଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ । ସେ ବିଦେଶ ଗସ୍ତରୁ ଫେରି ସ୍ପଷ୍ଟ କରିବା ପରେ ସବୁ କିଛି ଜଣାପଡ଼ିବ । ସେହିପରି ଭୂପିନ୍ଦର ସିଂହ, ଦଳରେ କାଳବୈଶାଖୀ ଚାଲିଛି କହି କଟାକ୍ଷ କରିଛନ୍ତି । ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ବାହାରକୁ ଅଣାଯାଉ ବୋଲି ଦାବି କରିଛନ୍ତି । 
 
ବିଜେଡିରେ ଲାଗି ରହିଥିବା କନ୍ଦଳ ବିଜେପିକୁ ବେଶ୍ ସୁହାଇଛି । ବିଜେଡି ରାଜନୈତିକ ନିଆଁରେ ଘିଅ ଢାଳିଛନ୍ତି ସାଂସଦ ବଳଭଦ୍ର ମାଝୀ । ସମାଲୋଚନା କରି କହିଛନ୍ତି, ‘ନବୀନ ପଟ୍ଟନାୟକ କେବେ ବି ଦଳକୁ ସମ୍ଭାଳିବା ପରିସ୍ଥିତିରେ ନଥିଲେ କି ଏବେ ବି ସମ୍ଭାଳିବା ସ୍ଥିତିରେ ନାହାନ୍ତି । ୨୦୨୪ରେ ବିଜେଡିକୁ ହରାଇଥିବା ଅଦୃଶ୍ୟ ଶକ୍ତି ଏବେ ବି ଦଳରେ କାମ କରୁଛି ।‘ ତେବେ ଦଳ କଠିନ ସମୟ ଦେଇ ଗତି କରୁଥିବାରୁ ସଭାପତିଙ୍କୁ ସାମ୍ନାକୁ ଆସିବାକୁ ପଡ଼ିବ ବୋଲି ମତ ଦେଇଛନ୍ତି ରାଜନୀତି ସମୀକ୍ଷକ ।‘ 
 
ତେବେ ଆଜି ବିଜେଡି ସାଂସଦ ଦିଲ୍ଲୀରୁ ଫେରିବେ ବୋଲି ଜଣାପଡିଛି । ଦିଲ୍ଳୀରୁ ଫେରିବା ପରେ ସିଧାସଳଖ ନବୀନ ନିବାସ ଯାଇ ବିଜେଡିର କେଉଁ କେଉଁ ସଦସ୍ୟ ୱାକଫ ବିଲ୍ ସମର୍ଥନରେ ଭୋଟ୍ ଦେଲେ, ତାର ଜବାବ ମାଗିବେ ବୋଲି କୁହାଯାଉଛି । ହେଲେ, ନବୀନ କେବେ ମୁହଁ ଖୋଲୁଛନ୍ତି ତାକୁ ଅପେକ୍ଷା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe