କନକବ୍ୟୁରୋ: ପଦ୍ମପୁରର ଆଦିବାସୀ ବେକାର ଯୁବକଯୁବତୀଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ବ୍ଲକ ପ୍ରଶାସନ ନିର୍ମାଣ କରିଥିଲା ମାର୍କେଟ କମ୍ପ୍ଲେକ୍ସ। ଦୋକାନ ଗୃହ ଭଡ଼ାରେ ନେବେ ବ୍ୟବସାୟ କରି ସ୍ୱାବଲମ୍ବୀ ହେବେ ।
କିନ୍ତୁ ସେମିତି କିଛି ହେଲା ନାହିଁ । ୨୦୦୮ରୁ ନିର୍ମିତ ଘର ଏଯାଏଁ କାର୍ଯ୍ୟକ୍ଷମ ହୋଇନି । ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ। ବର୍ଷା ଦିନେ ବିଭିନ୍ନ ୱାର୍ଡରୁ ଆସୁଥିବା ପାଣି ଜମି କୁତ୍ରିମ ପଖୋରୀ ସୃଷ୍ଟି ହୋଇଛି ।
ଡେଙ୍ଗୁ ମଶାଙ୍କ ଉତ୍ପତିସ୍ଥଳ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ୨୦୦୭-୮ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା ୨୦ଟି ଦୋକାନ ଘର। ଗୋଟିଏ ଘର ପାଇଁ ଖର୍ଚ୍ଚ ହୋଇଛି ୫୦ ହଜାର।
ମାର୍କେଟ୍ କମ୍ପ୍ଲେକ୍ସ ତିଆରି କରି ପଂଚାୟତକୁ ହସ୍ତାନ୍ତର କରିଥିଲା ପ୍ରଶାସନ । ଉଦେଶ୍ୟ ଥିଲା ବେକାରୀଙ୍କୁ ରୋଜଗାର ମିଳିବ, ପଞ୍ଚାୟତର ରାଜସ୍ୱ ବୃଦ୍ଧି ହେବ। ଲକ୍ଷ୍ୟ ଠାରୁ ବହୁ ଦୂରରେ ଥିବା ପ୍ରକଳ୍ପ ବାବଦରେ ମୁହଁ ଖୋଲିବାକୁ ନାରାଜ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/rggW1F9Y9Ym0n4dXnZNd.jpg)