ଉଠିବେ ଉଠା ଦୋକାନୀ ; ଖୋର୍ଦ୍ଧାରେ ଆଜି ବୁଲିବ ବୁଲଡୋଜର

ଖୋର୍ଦ୍ଧାର ବିଭିନ୍ନ ସ୍ଥାନରୁ ଉଠିବେ ଉଠା ଦୋକାନୀ। ଆଜି ବୁଲିବ ବୁଲ୍‌ଡୋଜର । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଲାଗୁ ହେଲା ବିଏନ୍‌ଏସ୍‌ ୧୬୩ ଧାରା।  ସହରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନର ପଦକ୍ଷେପ।

15ୁଯ.େ

କନକ ବ୍ୟୁରୋ: ଚାଲିବ ବୁଲଡୋଜର, ଉଚ୍ଛେଦ ହେବ ଜବରଦଖଲ । ଖୋର୍ଦ୍ଧା ବଜାର ବିଭିନ୍ନ ସ୍ଥାନରେ ୧୬୩ ଧାରା ଜାରି । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛି । 

ଖୋର୍ଦ୍ଧା ସହରର ସୌନ୍ଦର୍ଯ୍ୟକରଣ, ରାସ୍ତା ପ୍ରଶସ୍ତିକରଣ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ଜବରଦଖଲ ଉଉେଦ୍ଦ କରାଯିବ । ଏଥିପାଇଁ ଆହ୍ଲାବାଦ ବ୍ୟାଙ୍କଠାରୁ  ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ପୁରୁଣା ଟ୍ରାଫିକ ଛକଠାରୁ ନୂଆ ଲକ୍ଷ୍ମୀ ବସଷ୍ଟାଣ୍ଡ ଯାଏଁ କଟକଣା ଲାଗୁ କରାଯାଇ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ନିର୍ବାହୀ ଅଧିକାରୀଙ୍କ ଚିଠି କ୍ରମେ ତହସିଲଦାର ଏହି ଅଞ୍ଚଳରେ କଟକଣା ଜାରି କରାଯାଇଛି। 

ପୌର ପ୍ରଶାସନ ପକ୍ଷରୁ ପରିବା, ଫଳ ଓ ଅନ୍ୟ ବ୍ୟବସାୟୀ ମାନଙ୍କୁ ଉଚ୍ଛେଦ କରାଯିବ ଯାଇ ଅନ୍ୟତ୍ର ଥଇଥାନ କରାଯିବାକୁ ଦାବି ବ୍ୟବସ୍ଥା କରାଯାଇଛି। ଉପଜିଲ୍ଲାପାଳ ଖୋର୍ଦ୍ଧା ତହସିଲଦାରଙ୍କ ସମେତ, ବେଗୁନିଆ ତହସିଲଦାର ତାପସ କୁମାର ବିଶି, ଖୋର୍ଦ୍ଧା ଆସିଷ୍ଟାଣ୍ଟ ତହସିଲଦାର ଡି.ଗୋପାଳ ରେଡୀ ଓ ପଙ୍କଜବାସିନୀ ଭଞ୍ଜ ଏବଂ ଏ.କେ ଦାଶଙ୍କୁ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଛି। ସେପଟେ ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏହାକୁ ନେଇ ଉତ୍ତେଜନା ଆଶଙ୍କା କରାଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe