canada Photograph: (kanak news)
କନକ ବ୍ୟୁରୋ : ଦାଦାବଟି ଆଦାୟ ସହିତ ଜଡିତ ଗୁଳିକାଣ୍ଡ ଘଟଣାରେ କାନାଡା ପୁଲିସ ଦୁଇ ଜଣ ଭାରତୀୟ ନାଗରିକଙ୍କୁ ଗିରଫ କରିଛି । ସୋମବାର କାନାଡା ପୁଲିସ ବ୍ରିଟିଶ କଲମ୍ବିଆର ସରେ ଟାଉନରେ ଗୁଳିକାଣ୍ଡରେ ବ୍ୟବହୃତ ହୋଇଥିବା ଗାଡ଼ି ଠାବ କରିଥିଲା । ପୁଲିସ ଗାଡ଼ିର ଡ୍ରାଇଭର ଓ ଯାତ୍ରୀଙ୍କୁ ହେପାଜତକୁ ନେବା ସହିତ ଗୁଳିଭର୍ତ୍ତି ବନ୍ଧୁକ ଜବତ କରିଥିଲା ।
ଏହି ମାମଲାରେ କାନାଡା ପୁଲିସ ହର୍ଷଦୀପ ସିଂହ (୨୦) ଓ ହଂସପ୍ରୀତ ସିଂହ (୨୧) ଙ୍କୁ ଗିରଫ କରିଛି । ସରେ ଟାଉନରେ ସଙ୍ଗଠିତ ଚାନ୍ଦା ଆଦାୟ, ଧମକ ଓ ଗୁଳିକାଣ୍ଡ ପରି ଘଟଣା ବୃଦ୍ଧି ପାଉଥିବାବେଳେ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରେ ମେୟର ସରକାରଙ୍କୁ ନିବେଦନ କରିଛନ୍ତି ।
ଅଧିକ ପଢ଼ନ୍ତୁ---ବିଜୟ ରୂପାଣୀଙ୍କଠୁ ଅଜିତ୍ ପାୱାର ; ପ୍ଲେନ୍ କ୍ରାସରେ ପ୍ରାଣ ହାରାଇଛନ୍ତି ଏହି ସବୁ ନେତା
Follow Us