ଏଲଭିସ୍ ଯାଦବଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା,  ଅଭିଯୁକ୍ତକୁ ଏନକାଉଣ୍ଟର କରି ଧରିଲା କ୍ରାଇମବ୍ରାଞ୍ଚ୍

Advertisment

ଗତ ସପ୍ତାହରେ ଏଲଭିସଙ୍କ ଗୁରୁଗ୍ରାମ ଘର ଉପରକୁ ଗୁଳି ଚଳାଇଥିଲା ଇଶୁ ଗାନ୍ଧୀ ।

ଗତ ସପ୍ତାହରେ ଏଲଭିସଙ୍କ ଗୁରୁଗ୍ରାମ ଘର ଉପରକୁ ଗୁଳି ଚଳାଇଥିଲା ଇଶୁ ଗାନ୍ଧୀ ।

ଏଲ୍‌ଭିସଙ୍କ ଘରକୁ ଗୁଳି ଚଳାଇ ଗିରଫ

ଏଲ୍‌ଭିସଙ୍କ ଘରକୁ ଗୁଳି ଚଳାଇ ଗିରଫ Photograph: (KanakNews)

 କନକ ବ୍ୟୁରୋ: ପପୁଲାର ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଉପରକୁ ଗୁଳି ଚଳାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଇଶୁ ଗାନ୍ଧୀଙ୍କୁ ହରିଆଣାର ଫରିଦାବାଦରେ ଏନ୍‌କାଉଣ୍ଟର କରିଛି ଫରିଦାବାଦ କ୍ରାଇମ ବ୍ରାଞ୍ଚ ।

ତାଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ପୁଲିସ ତାଙ୍କୁ ନେଉଥିବାର ଦେଖିବାକୁ ମିଳିଛି। ଗତ ଅଗଷ୍ଟ ୧୭ ତାରିଖରେ ଏଲଭିସ୍ ଯାଦବଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ଗୁଳି ଚଳାଇଥିଲା ଅଭିଯୁକ୍ତ ଇଶୁ ଗାନ୍ଧୀ ଓରଫ ଇଶାନ୍ତ । ଆଜି ଇଶାନ୍ତଙ୍କୁ ଏନକାଉଣ୍ଟର ପରେ ମେଡିକାଲ ନେଇଛି ପୁଲିସ ।  ତେବେ ଏନକାଉଣ୍ଟର ସମୟରେ ଅଭିଯୁକ୍ତ ପୁଲିସ ଉପରୁ ୬ରୁ ଅଧିକ ଅଟୋମେଟିକ ପିସ୍ତଲରୁ ଗୁଳି ଚଳାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe