କନକ ବ୍ୟୁରୋ: ପପୁଲାର ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଉପରକୁ ଗୁଳି ଚଳାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଇଶୁ ଗାନ୍ଧୀଙ୍କୁ ହରିଆଣାର ଫରିଦାବାଦରେ ଏନ୍କାଉଣ୍ଟର କରିଛି ଫରିଦାବାଦ କ୍ରାଇମ ବ୍ରାଞ୍ଚ ।
ତାଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ପୁଲିସ ତାଙ୍କୁ ନେଉଥିବାର ଦେଖିବାକୁ ମିଳିଛି। ଗତ ଅଗଷ୍ଟ ୧୭ ତାରିଖରେ ଏଲଭିସ୍ ଯାଦବଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ଗୁଳି ଚଳାଇଥିଲା ଅଭିଯୁକ୍ତ ଇଶୁ ଗାନ୍ଧୀ ଓରଫ ଇଶାନ୍ତ । ଆଜି ଇଶାନ୍ତଙ୍କୁ ଏନକାଉଣ୍ଟର ପରେ ମେଡିକାଲ ନେଇଛି ପୁଲିସ । ତେବେ ଏନକାଉଣ୍ଟର ସମୟରେ ଅଭିଯୁକ୍ତ ପୁଲିସ ଉପରୁ ୬ରୁ ଅଧିକ ଅଟୋମେଟିକ ପିସ୍ତଲରୁ ଗୁଳି ଚଳାଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/22/elvish-yadav-2025-08-22-15-00-09.jpg)