Photograph: (kanaknews)
କନକବ୍ୟୁରୋ : ଦକ୍ଷିଣ କାରୋଲିନା ଷ୍ଟେଟ୍ ୟୁନିଭରସିଟି ଆବାସିକ କମ୍ପ୍ଲେକ୍ସରେ ଗୁଳିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର କୁହାଯାଇଛି । ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ପୀଡିତଙ୍କ ପରିଚୟ କିମ୍ବା ଆହତ ବ୍ୟକ୍ତିଙ୍କ ଅବସ୍ଥା ସମ୍ପର୍କରେ ସୂଚନା ଦେଇନାହାନ୍ତି । ଗୁଳିକାଣ୍ଡର ରିପୋର୍ଟ ଆସିବା ପରେ ରାତି ପ୍ରାୟ ୯ଟା ୧୫ ମିନିଟରେ ଅରେଞ୍ଜବର୍ଗର କ୍ୟାମ୍ପସରେ ତାଲା ପକାଇ ଦିଆଯାଇଥିଲା । ଚାରି ଘଣ୍ଟା ପରେ ମଧ୍ୟ ଏହା ବନ୍ଦ ରହିଥିଲା । ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ପାଠପଢ଼ା ବନ୍ଦ ରଖାଯାଇଥିଲା ।
Follow Us