ବସନ୍ତୀ ଇନ୍ କୁତ୍ତୋଙ୍କେ ସାମନେ ମତ୍ ନାଚନା ..
ଏହି ପପୁଲାର୍ ଡାଇଲଗ୍ ୫୦ ବର୍ଷ ତଳେ ପ୍ରେକ୍ଷାଳୟରେ ଯେତେବେଳେ ପଡ଼ିଥିଲା ସିନେପ୍ରେମୀ ହ୍ବିସିଲ୍ ନ ମାରି ଯାଆନ୍ତେ କୁଆଡ଼େ । ଏବେ ବି ସିନେପ୍ରେମୀଙ୍କ ମନରେ ସଦାବାହାର ସିନେମା କହିଲେ ‘ସୋଲେ’ ର ନାଁ ଆଗ ଆସିବ । ଅମିତାଭ୍ ବଚ୍ଚନ-ଜୟା , ଧର୍ମେନ୍ଦ୍ର – ହେମା ମାଲିନୀ , ଅମଜଦ୍ ଖାନ୍ , ସଞ୍ଜୀବ୍ କୁମାର ଷ୍ଟାରର ଏହି ବ୍ଲକବଷ୍ଟର ସିନେମା ୫୦ ବର୍ଷ ତଳେ ପରଦାକୁ ଆସିଥିଲା ।
ଗତବର୍ଷ ଏହି ସିନେମାକୁ ପୁନଃ ଥିଏଟରରେ ରିଲିଜ୍ କରାଯାଇଥିଲା ଏବଂ ସେତେବେଳେ ବି ଥିଏଟରରେ ଲୋକଙ୍କ ଭିଡ଼ ଜମିଥିଲା । ସିନେମାରେ ‘ୟେ ଦୋସ୍ତି ହମ୍ ନହିଁ ତୋଡେଙ୍ଗେ’ ଗୀତ ହେଉ କି ‘ଅରେ ସାମ୍ବା କିତନେ ଆଦମୀ ଥେ’ କିମ୍ବା ଅବ୍ ତେରା କ୍ୟା ହୋଗା କାଲିଆ’ ଡାଇଲଗ୍ ସିନେପ୍ରେମୀ ଯେମିତି ସୋଲେକୁ ଭୁଲିପାରୁନାହାନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ରିଲିଜ୍ ପୂର୍ବରୁ ଏହି ସିନେମାର ଅନେକ ସିନରେ ବାଜିଥିଲା ସେନ୍ସର ବୋର୍ଡର କଇଁଚି ।
୫୦ ବର୍ଷ ତଳେ ସେନ୍ସର ବୋର୍ଡ ଦ୍ବାରା କଟାଯାଇଥିବା ସୋଲେର ସେହି ସିନ୍ ର କ୍ଲିପ୍ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ‘ଓଲ୍ଡ ଇଜ୍ ଗୋଲ୍ଡ’ ନାମକ ଏକ ଆକାଉଣ୍ଟରେ ଏହି ଫଟୋକୁ ପୋଷ୍ଟ୍ କରାଯାଇଥିଲା । ଯେଉଁଥିରେ ଗବର ନିଜ ଡ଼ାକୁସାଥିଙ୍କ ସହ ଅହମ୍ମଦଙ୍କ ଚୁଟିକୁ ଧରି ଛିଡ଼ା ହୋଇଛନ୍ତି । ସେନ୍ସର ବୋର୍ଡ ଏହି ସିନକୁ କ୍ରୁର ଭାବି ହଟାଇ ଦେଇଥିଲେ । ଏହି ସୁପର୍ ଡୁପର ହିଟ୍ ସିନେମାର ନିର୍ଦ୍ଦେଶନା ରମେଶ ସିପ୍ପୀ ଦେଇଥିଲେ । ସିନେମାର କାହାଣୀ ହିଁ ଏତେ ଦମଦାର ଥିଲା ଯେ ଲୋକ ଆଜି ବି ଅଭିନେତାଙ୍କୁ ଚରିତ୍ରର ନାଁ ଅନୁସାରେ ଡାକୁଛନ୍ତି । ୩ କୋଟି ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ୩୫ କୋଟି ଆୟ କରିଥିଲା । ସୋଲେକୁ ଆଇଏମଡିବିରେ ୧୦ ରୁ ୮.୧ ର ରେଟିଙ୍ଗ୍ ମିଳିଛି ।