କନକ ବ୍ୟୁରୋ :  ଦେବଭୂମି ଉତ୍ତରାଖଣ୍ଡରେ ପ୍ରକୃତି ରଚିଛି ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଯାଇଛି ଧରାଲୀ ଗାଁ । ଏବେ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ଖବର ଆସୁଥିବାବେଳେ ୫୦ରୁ ଅଧିକ ନିଖୋଜ ସୂଚନା ମିଳିଛି । ମଙ୍ଗଳବାର ଅପରାହ୍ନରେ ହଠାତ ବାଦଲ ଫଟା ବର୍ଷା ହେବା ଫଳରେ ଭୁସ୍ଖଳନ ଘଟିଥିଲା । କେବଳ ସେତିକି ନୁହେଁ ଆକାଶରୁ ଆତଙ୍କ ଖସିବା ସହ ପାହାଡ ଉପରୁ ପଥର ଖଣ୍ଡ ମିଶା ପାଣି ବୋହି ଆସି ପୂରା ଗାଁକୁ ଭସାଇ ନେଇଛି ।  ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଯେତିକି ଭୟଭୀତ କରିଛି ସେତିକି ପ୍ରଶ୍ନ ମଧ୍ୟ ସୃଷ୍ଟି କରିଛି । କାରଣ ପ୍ରତିବର୍ଷ ପ୍ରକୃତିର ମାଡ ଉତ୍ତରାଖଣ୍ଡ ସମସ୍ୟାର ସମ୍ମୁଖୀନ ହେଉଛି ତଥାପି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ରୋକିବାକୁ କି ପଦକ୍ଷେପ ଗ୍ରହଣ କରାଯାଉଛି । ସେପଟେ ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ ଓ ସେନାର ମିଳିତ ଅପରେସନ ଜାରି ରହିଛି । ସୂଚନା ଅନୁସାରେ ପ୍ରକୃତିର ମଜା ଉଠାବାକୁ ଏଠାକୁ ଶହ ଶହ ସଂଖ୍ୟକ ପର୍ଯ୍ୟଟକ  ଛୁଟି ଆସନ୍ତି । ଯେଉଁ ଗାଁ ଭାସିଛି ସେଠି ଥିବା ହୋଟେଲ ଫୁଲ ରହିଥିଲା । ଅର୍ଥାତ ନିଖୋଜଙ୍କ ପତ୍ତା ମିଳିବା ସମ୍ଭାବନା କମ ଥିବା ସହ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି ।

Advertisment

ବାଦଲ ଫଟା ବର୍ଷାରେ ଭାସିଗଲା ଗାଁ 
ଉତ୍ତରାଖଣ୍ଡ ଉତରକାଶୀରେ ପ୍ରକୃତିର ତାଣ୍ଡବ
ଧରାଲୀ ଗାଁରେ ମାଡି ଆସିଛି ବଡ ବିପତ୍ତି
ବାଦଲ ଫଟା ଗାଁକୁ ଭସାଇ ନେଇଛି
କ୍ଷଣିକରେ ଭାସିଯାଇଛି ଘରଦ୍ବାରା, ହୋଟେଲ
୪ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ
୫୦ରୁ ଅଧିକ ଲୋକ, ୧୦ଜଣ ଯବାନ ଭାସିଯାଇଥିବା ସୂଚନା
ସେନା, ଏନଡିଆରଏଫ ଓ ଆଇଟିବିପିର ଉଦ୍ଧାର କାର୍ଯ୍ୟ  ଜାରି
ଅତ୍ୟାଧୁନିକ ଉପକରଣରେ ଖୋଜ ଜାରି
ଭିକ୍ଟିମ କ୍ୟାମେରାରେ ନିଖୋଜଙ୍କୁ ଖୋଜାଯାଉଛି
୧୦ଟି ଏନଡିଆରଏଫ ଟିମ ଉଦ୍ଧାର କରୁଛନ୍ତି
ଗୋଟିଏ ଦିନରେ ୪ଟି ସ୍ଥାନରେ ବାଦଲ ଫଟା ବର୍ଷା
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ