କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଆଇନକୁ ଅପରାଧୀଙ୍କ ଭୟ ନଥିବା ଭଳି ଲାଗୁଛି । କାରଣ ଦିନ ଦ୍ୱିପ୍ରହରେ ବେଧଡ଼କ ଅପରାଧ କରୁଛନ୍ତି ଅପରାଧୀ । ଏହି କ୍ରମରେ ଆଜି ସୋର ଥାନା ଚମ୍ପୁ ଛକରେ ନିକଟରେ ଜଣେ ପୂଜାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟି ନେଇଛନ୍ତି ଅପରାଧୀ । ଜନଗହଳିପୂର୍ଣ୍ଣ ସୋର ଚମ୍ପୁ ଛକ ନିକଟରେ ପୂଜାରୀ ଦୀନବନ୍ଧୁ ପାଣିଗ୍ରାହୀ ମନ୍ଦିରରୁ ପୂଜା ସାରି ଫେରୁଥିବା ବେଳେ ୩ ଜଣ ଅପରାଧୀ ଗୋଟିଏ ବାଇକରେ ଆସି ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୂଜାରୀ ତଳେ ପଡିଯିବା ପରେ ତାଙ୍କୁ ଠାରୁ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଲୋକାମାନେ ପୂଜାରୀଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେପଟେ ସୋର ପୁଲିସ ଘଟଣାସ୍ଥଳରେ ପହଂଚି ଅପରାଧୀଙ୍କୁ ଧରିବାକୁ ଚେଷ୍ଟା କରୁଛି ।
ବାଲେଶ୍ୱର ସୋର ଚମ୍ପୁ ଛକରେ ଅଭାବନୀୟ ଦୃଶ୍ୟ, ମନ୍ଦିରରୁ ପୂଜା ସାରି ଫେରୁଥିବା ବେଳେ ପୂଜକଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ
ଜନଗହଳିପୂର୍ଣ୍ଣ ସୋର ଚମ୍ପୁ ଛକ ନିକଟରେ ପୂଜାରୀ ଦୀନବନ୍ଧୁ ପାଣିଗ୍ରାହୀ ମନ୍ଦିରରୁ ପୂଜା ସାରି ଫେରୁଥିବା ବେଳେ ୩ ଜଣ ଅପରାଧୀ ଗୋଟିଏ ବାଇକରେ ଆସି ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୂଜାରୀ ତଳେ ପଡିଯିବା ପରେ ତାଙ୍କୁ ଠାରୁ ଲୁଟ୍ କରି ଫେରାର ହୋଇଯାଇଛନ୍ତି ।
/kanak/media/media_files/2025/10/12/soro-2025-10-12-14-45-30.jpg)