କନକ ବ୍ୟୁରୋ : କେତେ ସୁରକ୍ଷିତ ଡାକ୍ତରଖାନା ? ଏହି ପ୍ରଶ୍ନ ପୁଣି ଥରେ ଉଠିବା ପଛରେ ବଡ କାରଣ ରହିଛି । କାରଣ ପୁଣି ଥରେ ଡାକ୍ତରଖାନା ଆଇସିୟୁ ଭିତରେ ରୋଗୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ରାଜସ୍ଥାନର ଏକ ନାଁକରା ଘରୋଇ ଡାକ୍ତରଖାନାର । ଅଭିଯୋଗ ଅନୁସାରେ ଜଣେ ୩୨ ବର୍ଷ ବୟସର ମହିଳା ଚିକିତ୍ସା ହେଉଥିବାବେଳେ ସେହି ଡାକ୍ତରଖାନାର ଜଣେ କର୍ମଚାରୀ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପୀଡିତାଙ୍କ ପରିବାରର ଅଭିଯୋଗକୁ ଶୁଣିନଥିଲେ ଡାକ୍ତରଖାନା କର୍ତ୍ତୁପକ୍ଷ । ପରେ ଏଡିଏମଙ୍କୁ ଅଭିଯୋଗ କରିବା ପରେ ଅଭିଯୁକ୍ତ ର୍ନାଁରେ ମାମଲା ରୁଜୁ କରାଯାଇଛି । ଘଟଣା ପରେ ଡାକ୍ତରଖାନା ପରିସରରେ ଭୟର ମାହୋଲ ଦେଖିବାକୁ ମିଳିଛି ।