କନକ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଯାଜପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ପରକୀୟା ପ୍ରୀତିର କରୁଣ ପରିଣତିର ଏକ ଉଦାହରଣ ଦେଖିବାକୁ ମିଳିଛି । ପତ୍ନୀ ଓ ପତ୍ନୀଙ୍କ ପ୍ରେମିକର ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ । ଉଭୟଙ୍କ ଗଳା କାଟି ଥିବା ବେଳେ ପ୍ରେମିକଙ୍କର ଗୁପ୍ତାଙ୍ଗ କାଟି ଦେଇଛନ୍ତି ସ୍ୱାମୀ ।
ଯାଜପୁର ସଦର ଥାନା ମାଳହାଟ ନିକଟରୁ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଚିକିତ୍ସା ଲାଗି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନେଇଯାଇଥିଲେ। ମହିଳା ଜଣକ ଏକ ବର୍ଷ ହେବ ପ୍ରେମକଙ୍କ ସହ ରହୁଥିଲେ । ମହିଳା ଏବଂ ତାଙ୍କ ପ୍ରେମିକ ପ୍ରଶାନ୍ତ ନାଥଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସ୍ୱାମୀ କୋରେଇ ଜାରଦା ଗାଁର ମନୋଜ କୁମାର ମହାନ୍ତି ଫେରାର ହୋଇଯାଇଛନ୍ତି । ଖବର ପାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମହିଳା ଜଣକ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡିବା ପରେ ଦ୍ୱିତୀୟ ବିବାହ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/10/33-attempt-to-murder-2025-07-10-11-44-39.jpg)