ସରସ୍ବତୀ ପୂଜାରେ ଅନୁଶାସନ ଭଙ୍ଗ : ମଦ ପିଇ ବଜାରରେ ଗଡ଼ିଲେ ନବମ ଶ୍ରେଣୀ ଛାତ୍ର

Advertisment

ସରସ୍ବତୀ ପୂଜାରେ ମଦ ପିଇ ବଜାରରେ ଗଡ଼ିଲେ ଛାତ୍ର । ୨ ଜଣ ନବମ ଶ୍ରେଣୀ ପିଲା ମଦ ପିଇ ମାତାଲ୍ ଅବସ୍ଥାରେ ବଜାରରେ ଗଡ଼ୁଥିବା ଦେଖିବାକୁ ମିଳିଛି ।

ସରସ୍ବତୀ ପୂଜାରେ ମଦ ପିଇ ବଜାରରେ ଗଡ଼ିଲେ ଛାତ୍ର । ୨ ଜଣ ନବମ ଶ୍ରେଣୀ ପିଲା ମଦ ପିଇ ମାତାଲ୍ ଅବସ୍ଥାରେ ବଜାରରେ ଗଡ଼ୁଥିବା ଦେଖିବାକୁ ମିଳିଛି ।

Kandhamala

Kandhamala Photograph: (kanak news)

କନକ ବ୍ୟୁରୋ : ସରସ୍ବତୀ ପୂଜାରେ ମଦ ପିଇ ବଜାରରେ ଗଡ଼ିଲେ ଛାତ୍ର । ୨ ଜଣ ନବମ ଶ୍ରେଣୀ ପିଲା ମଦ ପିଇ ମାତାଲ୍ ଅବସ୍ଥାରେ ବଜାରରେ ଗଡ଼ୁଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ଏହି ଭିଡିଓ ଭାଇରାଲ ହେଉଛି । ସରସ୍ବତୀ ପୂଜାକୁ ନେଇ ଗତକାଲି ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଉତ୍ସାହ ରହିଥିଲା । ପୂଜା କରିବାକୁ ନୂଆ ପୋଷାକ ପିନ୍ଧି ଭୋଗ ଧରି ବିଦ୍ୟାଦାତ୍ରୀଙ୍କ ପାଖରେ ପହଞ୍ଚିଥିଲେ । 

ଟିକାବାଲି ସରକାରୀ ହାଇସ୍କୁଲର ଦୁଇଜଣ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି, ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିଲେ । ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ସ୍କୁଲ ପିଲାଙ୍କୁ ମଦ ଦେଲା କିଏ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଅଧିକ ପଢନ୍ତୁ :  ରାଜଧାନୀରେ ବୁଲିଲା ଖଣ୍ଡା : ଜଣେ ଯୁବକଙ୍କୁ ହାଣିଲେ ୩ ଜଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe