କନକ ବ୍ୟୁରୋ : ସରସ୍ବତୀ ପୂଜାରେ ମଦ ପିଇ ବଜାରରେ ଗଡ଼ିଲେ ଛାତ୍ର । ୨ ଜଣ ନବମ ଶ୍ରେଣୀ ପିଲା ମଦ ପିଇ ମାତାଲ୍ ଅବସ୍ଥାରେ ବଜାରରେ ଗଡ଼ୁଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ଏହି ଭିଡିଓ ଭାଇରାଲ ହେଉଛି । ସରସ୍ବତୀ ପୂଜାକୁ ନେଇ ଗତକାଲି ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଉତ୍ସାହ ରହିଥିଲା । ପୂଜା କରିବାକୁ ନୂଆ ପୋଷାକ ପିନ୍ଧି ଭୋଗ ଧରି ବିଦ୍ୟାଦାତ୍ରୀଙ୍କ ପାଖରେ ପହଞ୍ଚିଥିଲେ ।
ଟିକାବାଲି ସରକାରୀ ହାଇସ୍କୁଲର ଦୁଇଜଣ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି, ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିଲେ । ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ସ୍କୁଲ ପିଲାଙ୍କୁ ମଦ ଦେଲା କିଏ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ : ରାଜଧାନୀରେ ବୁଲିଲା ଖଣ୍ଡା : ଜଣେ ଯୁବକଙ୍କୁ ହାଣିଲେ ୩ ଜଣ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/24/kandhamala-2026-01-24-12-06-12.jpg)