କନକ ବ୍ୟୁରୋ: ସାମନାକୁ ଆସିଲା ଗୋପାଳପୁର ଗଣଦୁଷ୍କର୍ମର ସାଙ୍ଘାତିକ ତଥ୍ୟ । ବେଳାଭୂମିରେ ଯୁବତୀଙ୍କୁ ଦୁଷ୍କର୍ମ ବେଳେ, ଭିଡିଓ ରେକର୍ଡିଂ କରିଥିଲେ ଅଭିଯୁକ୍ତ । କ୍ରାଇମ୍ ଏଗେନଷ୍ଟ ଓମେନ୍ ଟିମ୍ ଏହି ତଥ୍ୟ ହାସଲ ପରେ, ଅଭିଯୁକ୍ତଙ୍କ ଫୋନ୍ ଜବତ କରିଛି । ଘଟଣା ପରେ ଅଭିଯୁକ୍ତମାନେ ସେମାନଙ୍କ ଫୋନରୁ ପ୍ରମାଣ ନଷ୍ଟ କରିଥିବା ଅନୁମାନ କରାଯାଉଛି । 

Advertisment

ସମସ୍ତ ଅଭିଯୁକ୍ତ ବେଳାଭୂମିକୁ ଯିବା ଆସିବା ବେଳର ଚିତ୍ର ସିସିଟିଭିରେ ଜଳ ଜଳ ହୋଇ ଦେଖାଯାଇଛି । ଏହି ଦେଢ଼ ଘଣ୍ଟା ଭିତରେ ସେମାନେ କ୍ରାଇମସିନରେ ଥିଲେ । ତେବେ ଏତେ ସମୟ ଧରି କ୍ରାଇମସିନରେ କ’ଣ କରୁଥିଲେ ସେନେଇ ଯାଞ୍ଚ କରିଛି ସି.ଏ.ଡବ୍ଲ୍ୟୁ ଟିମ୍ । ୧୦ ସଇତାନଙ୍କ ଫୋନରୁ ଡିଜିଟାଲ୍‌ ଏଭିଡେନ୍ସ ଖୋଜିବାକୁ ଏସ୍‌ଏଫ୍ଏସ୍ଏଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି । 

ଡାଇରେକ୍ଟ ଏଭିଡେନ୍ସ ଓ ଡିଜିଟାଲ୍ ଏଭିଡେନ୍ସ ପାଇଁ ଘଟଣାସ୍ଥଳରେ ଡେରା ପକାଇଛନ୍ତି ଆଇଜି ଏସ୍.ସାଇନି । ହାତରେ ୪୫ ଦିନ ରହିଥିବାରୁ ଯେକୌଣସି ମୁହୂର୍ତ୍ତରେ ୧୦ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ଟିମ୍ । ପାଳି ପାଳି କରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ସତ ଉଗାରିବାକୁ ବି ପ୍ରୟାସ ଚାଲିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଯେତିକି ପ୍ରମାଣ ମିଳିଛି, ତାହା ଅଭିଯୁକ୍ତଙ୍କ ପାଇଁ ଯଥେଷ୍ଟ ବୋଲି କହିଛନ୍ତି ଡିଜି ।

ସୂଚନାଯୋଗ୍ୟ ଯେ, ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶ ଏବେ ହୁଲୁସ୍ତୁଲ ହେଉଛି । ଏହାରି ଭିତରେ ରେଡ୍ ଫ୍ଲାଗ୍ ମାର୍କ କରି ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତଙ୍କ ଠାରୁ ସଂଗ୍ରହ ହୋଇଥିବା ଡିଏନ୍ଏ ରିପୋର୍ଟ, କ୍ରାଇମସ୍ପଟ୍‌ରୁ ମିଳିଥିବା ଅଧାଜଳା ସିଗାରେଟ୍ ଏବଂ ଏସ୍‌ଏଫ୍ଏସ୍‌ଏଲ୍ ରିପୋର୍ଟରୁ ଖୋଲିବ ଗଣଦୁଷ୍କର୍ମ ମାମଲାର ପୂରା ରହସ୍ୟ ।  ଏହାରି ଭିତରେ ସମସ୍ତଙ୍କ ଭିତରେ କେବଳ ଗୋଟିଏ ପ୍ରଶ୍ନ କେବେ ମିଳିବ ପୀଡ଼ିତାଙ୍କୁ ନ୍ୟାୟ? କେବେ ସଜ୍ଜା ପାଇବେ ଅପରାଧୀ?